ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦଶମନ୍ତପୁର ବ୍ଲକ ରେ କଂଗ୍ରେସ କମିଟି ବ୍ଲକ ସଭାପତି ନିମନ୍ତେ ଦୁଇ ଗୋଷ୍ଟି ମଧ୍ୟରେ ଶୀତଳ ଯୁଦ୍ଧ

ଦଶମନ୍ତପୁର ବ୍ଲକ ରେ କଂଗ୍ରେସ କମିଟି ବ୍ଲକ ସଭାପତି ନିମନ୍ତେ ଦୁଇ ଗୋଷ୍ଟି ମଧ୍ୟରେ ଶୀତଳ ଯୁଦ୍ଧ

କୋରାପୁଟ ଜିଲ୍ଲା ରେ ସମସ୍ତ ବ୍ଲକ ଓ ପୌରପରିଷଦ ମାନଙ୍କରେ କଂଗ୍ରେସ ଗତ ଦିନ ମାନଙ୍କରେ ନିଯୁକ୍ତି କରିଥିବା ବେଳେ କେବଳ ଦଶମନ୍ତପୁର ବ୍ଲକ ରେ ଦୁଇ ଗୋଷ୍ଟି ମଧ୍ୟରେ ତୁ ତୁ ମେମେ ଚାଲିଥିବାରୁ ନିଯୁକ୍ତି ଦିଆ ଯାଇନଥିବା ସ୍ଥାନୀୟ କର୍ମୀ ମାନଙ୍କ ମଧ୍ୟରେ ଆଲଚନା କରାଯାଉଥିବା ଦେଖା ଦେଇଛି। ଏହି ଦୁଇ ଗୋଷ୍ଟି ହେଲେ ରମାକାନ୍ତ ଦଳେଇ ଓ ମୋହନ ପାତ୍ର ହିଆଲ ଏହି ଦୁଇ ଜଣ ସଭାପତି ନିମନ୍ତେ ଦୌଡ ରେ ରହି ଛନ୍ତି । ଏହି ଦୁଇ ଙ୍କ ମଧ୍ୟରେ ଜନତା , କର୍ମୀ ଓ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ସରପଞ୍ଚ ସମିତି ସଭ୍ୟ ସଭ୍ୟା ୯୦ ପ୍ରତିଶତ ରମାକାନ୍ତ ଙ୍କୁ ବ୍ଲକ କଂଗ୍ରେସ ସଭାପତି ଭାବେ ଚାହୁ ଥିବା ବେଳେ ୧୦ ପ୍ରତିଶତ କର୍ମୀ ଓ ଜନତା ମୋହନ ପାତ୍ର ହିଆଲ ଙ୍କୁ ଚାହୁଛନ୍ତି । ଗତ କିଛି ଦିନ ତଳେ ସମସ୍ତ ଦଶମନ୍ତ ପୁର ବ୍ଲକ ର ସରପଞ୍ଚ ସମିତି ସଭ୍ୟ ଓ ଜୋନ ୧,୨ ର ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ରାଜ୍ୟ କଂଗ୍ରେସ ସଭାପତି ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିବା ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ରମାକାନ୍ତ ଦଳେଇ କହିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି କିନ୍ତୁ ଦଶମନ୍ତପୁର ବ୍ଲକ ରେ ସଭାପତି ନିମନ୍ତେ କର୍ମୀ ଓ ନେତା ମାନଙ୍କର ମନ ମଳିନ ହେଲାଣି ଯଦି ଉପଯୁକ୍ତ ଲୋକଙ୍କୁ ସଭାପତି କରାନଯାଏ ତାହେଲେ କଂଗ୍ରେସ ଦଶମନ୍ତପୁର ବ୍ଲକ ରେ ନିଜର ନିର୍ବାଚନ ପ୍ରଦର୍ଶନ ନିମ୍ନ ମାନ ହେବ ବୋଲି କର୍ମୀ ମାନଙ୍କର ଆଲେଚନା ହେଉଛି । ଯଦି ରମାକାନ୍ତ ଦଳେଇ କୁ ସଭାପତି ପଦ ରେ ନିଯୁକ୍ତି କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ନୈରାଶ୍ୟ ଜନକ ଫଳାଫଳ ହେବବୋଲି ସାଧାରଣରେ ଚର୍ଚ୍ଚା ହେଉଛି

କୋରାପୁଟ ଜିଲ୍ଲାରୁ ଶ୳୲ମ ଖିଲ ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁ

Sunil Chandra Nayak

ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ପଥପ୍ରାନ୍ତ ସଭା

masiha

ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ନିବାସୀ ଦ୍ଵାରିକା ହେଲେ ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ସେଲ ର ଉପସଭାପତି

Sunil Chandra Nayak

Leave a Comment

error: Content is protected !!