ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ମାଆ

 ମାଆ

 

 ଦିଲ୍ଲୀପ କୁମାର ନନ୍ଦୀ

 

ସାତସିଆଁ ତା’ଲୁଗା କାନିରେ

ଯେତେବେଳେ ମୋ’ମୁହଁ ପୋଛିଦିଏ

ମତେ ଲାଗେ କେଉଁ ଏକ ମଖମଲ

କନା ଠାରୁ ଆହୁରି ମୁଲାୟମ

ଅତର ବୋଳା ରୁମାଲ ପରିକା।।

 

ତା ମଇଳା ହାତରେ ଯେତେବେଳେ ମୋ ମଥା ସାଉଁଳେଇ ଦିଏ

ସତେ ଯେମିତି ଲାଗେ ଚ଼ାମର ଠାରୁ

ଆହୁରି କୋମଳ।।

 

ଘର ବାରି କାମ କରି କରି

ଥକି ପଡ଼ିଥିଲେ ବି କେବେ ମୁଁ

ଦେଖିନି ତା’ମୁହଁରେ ବିଷାଦର ତିଳେ

ମାତ୍ର ଚିହ୍ନ।।

 

ଆପଣା ଭୋକିଲା ଉଦର କଥା

କେବେ ସେ ଭାବିନାହିଁ

କ୍ଷୁଧାରେ ଆଉଟି ପାଉଟି ହୋଇ

ନିଜେ ମଧ୍ୟ,

ମୋ’ପେଟ ଉଣ୍ଡାଳିଛି ସିଏ।।

 

ଦୁଃଖର ଦରିଆ ଭିତରେ ନିଜେ

ବୁଡ଼ି, ମୋ ଓଠର ହସର ପ୍ରତିକ୍ଷାରେ ଦିବା ରାତ୍ରି,

ଅପେକ୍ଷାରତ ଆଖି ଯୁଗଳ ଥକି ଯାଇଥିଲେ ମଧ୍ୟ କେବେ ସେ

ଘୁମେଇ ପଡ଼ିନାହିଁ ମୁଁ ନିଦରେ

ନ ଶୋଇଲା ଯାଏ।।

 

ତା’ଶରୀରର ବ୍ୟଥାକୁ ସେ ଭୃକ୍ଷେପ ନକରି ରାତି ରାତି ମୋ ପାଇଁ ଉଜାଗର ରହିଛି।।

 

କେବେ କେବେ ପରବ ତିହାରରେ

ନୂଆ ଶାଢ଼ୀ ଗୋଟେ ପିନ୍ଧି ଥିଲେବି

ସେଥିକୁ ନ ଦେଖି ମୋ ଝାଳୁଆ ଦେହକୁ ପୋଛି ଦେଇଛି।।

 

ଖାଲି ପାଦରେ ନିଜେ ଚ଼ାଲି ସଞ୍ଚିଥିବା

ପଇସାରେ ମୋ ପାଇଁ ଚଟି କିଣି ଦେଇଛି।।

 

ତା’ବାତ୍ସଲ୍ୟ ମମତାର ବନ୍ଧନରେ

ବାନ୍ଧି ରଖିଥିବା ନାରୀଟି,

ଆଉ କେହି ନୁହେଁ ସେ

ମୋ’ମାଆ।

କାଏମା, ଧର୍ମଶାଳା, ଯାଜପୁର

 

Related posts

ରାଉରକେଲା- ଇସ୍ପାତ ଫିଟନେସ ପାଥ୍ ରେ ରଜ ଉତ୍ସବପାଳନ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

ପୋଲିସ ଓ ପରିବହନ ବିଭାଗର ମିଳିତ ଯାନବାହାନ ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!