ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ମାଆ ପଦ ଟିଏ

ମାଆ ପଦ ଟିଏ

 

ସବୁ ପଦ ଠାରୁ ମାଆ ପଦଟିଏ

     ସବୁଠୁ ବେଶି ମଧୁର

ମାଆର ହୃଦୟ ସରଗଠୁ ବଡ 

       ଫୁଲ ପରି ସେ କୋମଳ।।

ଦଶମାସ ନିଜ ଉଦରେ ରଖି ସେ

     ବକ୍ଷ ଚିରି ଜନ୍ମ ଦିଏ

କେତେ ଯନ୍ତ୍ରଣାକୁ ସହଇ ହରସେ

    ମାଆ ପରି ଆଉ କିଏ।।

ସନ୍ତାନର ଓଠେ ହସ ଟିକ ପାଇଁ

     ଭୁଲିଯାଏତାର ସୁଖ

ମାଆର କରଜ କିଏ ବା ଶୁଝିଚି

    ଏ ମର୍ତ୍ତ ମଣ୍ଡଳେ କୁହ।।

ଅଧା ନିଦ ଶୋଇ ଅଧା ପେଟ ଖାଇ

     ଶିଶୁକୁ ଯତନେ ପାଳେ

ସନ୍ତାନ ବତ୍ସଳ ଅଟେତ ଜନନୀ

      କିଏ ଅଛି ତାର ତୁଳେ।।

ମାଆର ପଣତ ଶ୍ରୀମନ୍ଦିର ନେତ

     କଥା ଅଛି ଯୁଗେ ଯୁଗେ

ମାଆର ଆଶିଷ ଥିଲେ ଜୀବନରେ

        ରହନ୍ତି ସୁଖ ସରାଗେ।।

ମମତା ମୟୀ ସେ ଜନମ ଦାୟିନୀ

     ଅସୀମ ଶକ୍ତି ରୁପିଣୀ

ତାହାରି ମହିମା କେ କରେ କଳ୍ପନା

      ଅବର୍ଣ୍ଣିୟା ସେ ଜନନୀ।।

ହାତ ଧରିତାର ଚାଲିବା ଶିଖିଚୁ

      ଶିଖିଚୁ କଥା କହିବା

ଅବଦାନ ତାର ଅତୁଳନୀୟ ଯେ

      ମାଆ ବୋଲି ଯେଉଁ ପଦ।।

ତ୍ୟାଗ ବିଗ୍ରହର ମୂର୍ତ୍ତିମନ୍ତ ମାଆ

      ଢାଳେ ଅମୃତ ଜୀବନେ

ମାଆ ପଦ ଟିଏ ଅଛି ଉଚ୍ଚସ୍ଥାନେ

     ରହିଛି ଚିର ଜୀବନେ

         

ମମତା ସାହୁ

ଗାଈଗଁ,କଳାହାଣ୍ତି

Related posts

ସାମ୍ବାଦିକ ଅ6ର୍ଦ୍ଦନ୍ଧୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ସଭା, ରାଲି ଓ ଦାବୀ ପତ୍ର ପ୍ରଦାନ

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

କନକପଡା ରେ ନଲକୂପ ଅଚଳ, ଲୋକେ ବ୍ୟାକୁଳ

Sunil Chandra Nayak

Leave a Comment

error: Content is protected !!