ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରିକ ସଙ୍ଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବାରିକ ସଙ୍ଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପୁରୁଷୋତ୍ତମପୁର ;- ପୁରୁଷୋତ୍ତମପୁର ନିକଟସ୍ଥ ବଡ଼ରାମପଲ୍ଲୀ ଗ୍ରାମ ମା ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଏବର୍ଷର ପ୍ରଥମ ଜିଲ୍ଲା ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାର ବାଇଶି (୨୨) ତାଲୁକାର ସଭାପତି, ସମ୍ପାଦକ ଓ କୁଳପ୍ରେମୀ ଭାଇ ମାନେ ଯୋଗ ଦେଇଥିଲେ। ଏହି ବୈଠକ ଜିଲ୍ଲା ସଭାପତି ଶ୍ରୀ ପ୍ରସନ୍ନ କୁମାର ଡାକୁଆଙ୍କ ଅଧକ୍ୟତା ରେ ଜିଲ୍ଲା ସାଧାରଣ ସମ୍ପାଦକ /ସୋରଡ଼ା ତାଲୁକା ସଭାପତି ଶ୍ରୀ ଅଜିତ କୁମାର ବେହେରା ସଭାକାଯ୍ୟ ପରିଚାଳନା କରିଥିଲେ।ଏହି ବୈଠକ ରେ ବାରିକ ସମାଜର ସର୍ବାଙ୍ଗୀନ ଉର୍ନତି ପାଇଁ ବହୁ ନୂତନ ନିୟମ କରାଗଲା।ନିୟମାବଳୀ ଗୁଡିକ ହେଲା ୧.ସମାଜରେ ଥିବା କୁସଂସ୍କାର ତଥା ବାଲ୍ୟ ବିବାହ, ବର୍ତ୍ତନ, ଗୋଡ଼ ଧୂୟା, ମୃତ୍ୟୁ ଖବର ଗାଁ ଗାଁ ବୁଲି କହିବା, ନବ ଗୃହଯୁକ୍ତ ଝିଅ ଭୋଜି କରିବା ଇତ୍ୟାଦି ବ୍ୟବସ୍ଥା କୁ ସମ୍ପୂର୍ଣ ବାରଣ କରାଗଲା,ବିବାହ ଯୋଗ୍ୟ ବିବାହ ହୋଇପାରୁନଥିବା ଝିଅମାନଙ୍କୁ ବିବାହ ସଂସ୍କାର କରିବା ବ୍ୟବସ୍ଥା କରିବା ଏହି ବୈଠକ ରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଗୌରୀଶଙ୍କର ବେହେରା, ଜିଲ୍ଲା ଉପ ସଭାପତି ଶ୍ରୀ ଶମ୍ଭୁନାଥ ବାରିକ ଓ ଶ୍ରୀ କାମେଶ୍ୱର ବାରିକ, ଜିଲ୍ଲା ଓ ଧରାକୋଟ ସମ୍ପାଦକ ଶ୍ରୀ ଭିକାରି ଚରଣ ଡାକୁଆ, ଧରାକୋଟ ସଭାପତି ଶ୍ରୀ ମାନୁ ଡାକୁଆ, ତାରାତାରିଣୀ ମଣ୍ଡଳ ସଭାପତି ଶ୍ରୀ ବିପିନି ଡାକୁଆ, ଘୁମୁସର ତାଲୁ୍କା ସମ୍ପାଦକ ଜିଲ୍ଲା ଯୁବ ଉପ ସଭାପତି ଶ୍ରୀ ଶିବ ପ୍ରସାଦ ପଶୟତ, କୋଷାଧକ୍ଷ ଜିଲ୍ଲା ସଂଗଠକ ଶ୍ରୀ ରମେଶ ଡାକୁଆ, ଘୁମୁସର ତାଲୁକା/ଜିଲ୍ଲା ମେମ୍ବର ଶ୍ରୀ ବଳରାମ କାଞ୍ଜିଆ, ଖଲିକୋଟ ତାଲୁକା ସଭାପତି ଶ୍ରୀ ସିମାଞ୍ଚଳ ବାରିକା, ପୂର୍ବ ଖଣ୍ଡ ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ଡାକୁଆ,ଟେରେସ୍ଥାନ ସଭାପତି ଶ୍ରୀ ସୁରେନ୍ଦ୍ର ବେହେରା,କବିସୂର୍ଯ୍ୟନଗର ତାଲୁକା ସଭାପତି ଶ୍ରୀ ମନୋଜ କୁମାର ଡାକୁଆ, ବଡ଼ଗଡ଼ ତାଲୁକା ସଭାପତି ଶ୍ରୀ ଶିବରାମ ବେହେରା ସମ୍ପାଦକ ଶ୍ରୀ ବୁଲୁରାମ ଡାକୁଆ ଶେରଗଡ଼ ଉପସଭାପତି କୋଦୋଳ ସଭାପତି, ଉପ ସଭାପତି, ସମ୍ପାଦକ,ମହୁରୀ ତାଲୁକl ସଭାପତି, ସମ୍ପାଦକ, ଅମ୍ବାଗଡ଼ ସଭାପତି, ବିରୁଡି ତାଲୁକା ସଭାପତି, ସୋରଡ଼ା ତାଲୁକା ସହ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଡାକୁଆ ଓ ବହୁ ଜାତି ପ୍ରେମୀ ଭାଇ ଯୋଗ ଦେଇଥିଲେ । 

Related posts

ଜାତୀୟ ପଂଚାୟତିରାଜ ଦିବସ ଉପଲକ୍ଷେ କୃଷକ କର୍ମଶାଳା 

Sunil Chandra Nayak

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ମାଣ୍ଡିଆ ମଣ୍ଡି ପରିଦର୍ଶନ

Sunil Chandra Nayak

ଭତରା ସମାଜ ଲଡୁକରିଆ ବଂଶୀୟ ଙ୍କ ନୂଆଁଖାଇ ଭେଟଘାଟ। ସମ୍ପର୍କ କୁ ସୁଦୃଢ଼ କରୁଛି ନୂଆଁଖାଇ ଭେଟଘାଟ ର ଆୟୋଜନ.

masiha

Leave a Comment

error: Content is protected !!