ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ଢେ଼ଙ୍କାନାଳ(ମସିହା)୦୧/୦୨_ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ର ଶତାବ୍ଦୀ ପୂର୍ତ୍ତି ଅବସରରେ ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ମୋଟଙ୍ଗା ଓ ଖଡଗ ପ୍ରସାଦ ମଣ୍ଡଳର ବିଶାଳ ହିନ୍ଦୁ ସମ୍ମିଳନୀ ନିକଟସ୍ଥ ମାଆ ତାରିଣୀ ପୀଠରେ ବହୁ ଆଡମ୍ବର ସହକାରେ କାର୍ଯ୍ୟକ୍ରମ ର ସଂଯୋଜକ ମିଲୁ ଚରଣ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମର ସଭାପତି ସଞ୍ଜୟ କୁମାର ସାହୁଙ୍କ ସୌଜନ୍ୟ ଉପସ୍ଥିତି କାର୍ଯକ୍ରମକୁ ମହିମା ମଣ୍ଡିତ କରିଥିଲା । ପ୍ରାନ୍ତରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରାନ୍ତ କାର୍ଯ୍ୟ ବାହ ସୁଦର୍ଶନ ଦାସ ମହୋଦୟ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ହିନ୍ଦୁ ସମାଜର ଉନ୍ନତି କଳ୍ପେ ମାର୍ଗ ଦର୍ଶନ କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ବହୁ ମାତ୍ରା ରେ ଯୋଗ ଦେଇ ହୋମ ଯଜ୍ଞ, ନାମ ସଙ୍କୀର୍ତ୍ତନ ଓ ଭାରତ ମାତା ଙ୍କ ପୂଜନ କାର୍ଯ୍ୟକ୍ରମ କରିଥିଲେ। ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍,

Related posts

ନବରଙ୍ଗପୁର ଜିଲ୍ଲା ର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ଯନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ମଣ୍ଡଳ କାର୍ଯ୍ୟାଳୟ ଗୃହ ଉଦଘାଟିତ

masiha

ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ ପାଇଁ କିଶୋର କିଶୋରୀ ମାନଙ୍କ ଦ୍ବାରା ବୃକ୍ଷରୋପଣ

masiha

Leave a Comment

error: Content is protected !!