ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବାରେ ସମର୍ପିତ ଯୁବ ଥେରାପିଷ୍ଟ ବର୍ଗ : ନିଶୁଳ୍କ ସେବା ପ୍ରଦାନ କରି ଉଦାହରଣ ସୃଷ୍ଟି କଲେ 

ସେବାରେ ସମର୍ପିତ ଯୁବ ଥେରାପିଷ୍ଟ ବର୍ଗ : ନିଶୁଳ୍କ ସେବା ପ୍ରଦାନ କରି ଉଦାହରଣ ସୃଷ୍ଟି କଲେ 

କଟକ : ମାନବ ସେବା ହିଁ ମାଧବ ସେବା । ଖୋର୍ଦ୍ଧା ଜିଲ୍ଲା କଳୟନପୁର ପଂଚାୟତ ଉପକଣ୍ଠ ଗଣ୍ଡରପୁର ଗ୍ରାମରେ ସମ୍ପ୍ରତି ଏକ ଅସାଧାରଣ ଦୃଶ୍ୟ ସାକ୍ଷୀ ହୋଇଥିଲା ଯାହାକି ଲୋକଂକ ସ୍ବାସ୍ଥ୍ୟସେବା ସହ ନବ ଜାଗରଣ ସୃଷ୍ଟି କରିଛି । ୨୨ ରୁ ୨୪ ବର୍ଷ ବୟସର ଯୁବ ଥେରାପିଷ୍ଟ ବର୍ଗ,ଯେଉଁମାନେ ଯୁବ ପିଢ଼ିର ଉଦାହରଣ,ସମାଜସେବାରେ ସ୍ୱୟଂ ସମର୍ପିତ କରିଛନ୍ତି । ସିନାପ୍ସି ମଲ୍ଟିଡିସିପ୍ଲିନାରୀ ରିହାବ ସେଣ୍ଟର୍ ପଟିଆର ସ୍ୱେଚ୍ଛାସେବୀ ଡ଼ାକ୍ତର ହେଲେ ଡାକ୍ତର ରାକେଶ କୁମାର ସାହୁ,ଡାକ୍ତର ଆଶିଷ ସେଠୀ,ଡାକ୍ତର ଆକାଶ ସ୍ୱାଇଁ ଓ ଡାକ୍ତର କାଜଲ ସିଂହ ପ୍ରମୁଖ । ଗ୍ରାମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା ଶିବିର ଆୟୋଜନ କରି ଫିଜିଓଥେରାପି,ହିୟରିଂ ଏଡ୍ ସେବା ଏବଂ ଟ୍ରାୟାଲ୍,ଶ୍ରବଣ ଯାଞ୍ଚ ଏବଂ ଅଟିଜମ୍ ସଚେତନତା ପ୍ରଦାନ କରାଯାଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପୁଣି ଚାଷଜମି ମୁଁହା ଜଙ୍ଗଲି ହାତୀ, ନଷ୍ଟ କରିଛନ୍ତି ଧାନ ଓ କପା ଫସଲ ,ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ 

masiha

ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ଜିଲ୍ଲା ପରିଷଦ ଉପାଧକ୍ଷା  ଶ୍ରୀମତୀ ସୁଧିରା ମେହେର

Sunil Chandra Nayak

ଵହଳଦାରେ ବୁଲା କୁକୁରଙ୍କ ଦୌରାତ୍ମ୍ଯ 

masiha

Leave a Comment

error: Content is protected !!