ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ?

ଜୁନାଗଡ଼ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କେବେ ?

ଜୁନାଗଡ଼ ୨୭/୧୧ ( ମନୀସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଦିନକୁ ଦିନ ଜନଗହଳି ବଢ଼ିବାରେ ଲାଗିଛି ।ଜିଲ୍ଲାର ସର୍ବପୁରାତନ ଏହି ସହର ଦେଇ ଜାତୀୟ ଦୁଇ ଗୋଟି ଜାତୀୟ ରାଜପଥ ଯାଇଥିବାରୁ ଏହି ରାସ୍ତାରେ ସୁଦୂର ରାୟପୁର ,ବିଶାଖାପାଟଣା ଓ ଭୁବନେଶ୍ୱର କୁ ଦୈନିକ ଶହ ଶହ ଯାନବାହନ ଯାତାୟାତ କରିଥାଏ ।ସହର ମଧ୍ୟ ଦେଇ ଯାଇଥିବା ରାଜରାସ୍ତାରେ ଶହ ଶହ ଯାନବାହନ ଚଳାଚଳ କରୁଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସାଧାରଣ ଘଟଣା ହେଲାଣି । ସହରରେ ପରିବହନ ବିଭାଗ ଦ୍ଵାରା ନିର୍ମିତ ବସଷ୍ଟାଣ୍ଡ ଆବଶ୍ୟକତା ମେଂଟେଇବା ସହଜ ହେଉ ନାହିଁ । ପୁରୁଣା ବସଷ୍ଟାଣ୍ଡ ଅର୍ଥାତ ଥାନ। ଛକରେ ବସ ଅଟକିଲେ ଲୋକେ ବହୁ ହନ୍ତସନ୍ତ ହେଉଛନ୍ତି ।ଛାତ୍ରଛାତ୍ରୀ ଙ୍କ ସ୍କୁଲ ଯିବା ଓ ଆସିବା ସମୟରେ ପିକ ପିରିୟଡ଼ରେ ସମସ୍ୟା ଦ୍ୱିଗୁଣିତ ହେଉଛି ।ଏପଟେ ନିର୍ମାଣ ହୋଇ ଉଦଘାଟନ କୁ ଅନାଇ ବସିଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନିର୍ମିତ ନୂତନ ବସଷ୍ଟାଣ୍ଡ କେବେ କାର୍ଯ୍ୟରେ ଲାଗିବ ତାହାକୁ ନେଇ ଳୋକେ ଅସହଜ ହେଲେଣି ।ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ଯାତ୍ରୀମାନେ ସହଜ ଏବଂ ସୁବିଧା ହୋଇ ପାରନ୍ତା ମାତ୍ର ଏଯାଏଁ କାର୍ଯ୍ୟକ୍ଷମ ନ ହେବାରୁ ନିର୍ମାଣ ହୋଇ ପଡି ରହିଛି ।ଏହି ନୂତନ ବସଷ୍ଟାଣ୍ଡ କେବେ କାର୍ଯ୍ୟକ୍ଷମ ହେବ ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏଲେକ୍ଟ୍ରିଫିକେସନପାଇଁ ଏହା ଅଟକିଛି ଅତିଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସହଜ ଉତ୍ତର ରଖିଥିଲେ। ହେଲେ ଦିନପରେ ଦିନ ଗଡ଼ି ଯାଉଛି ହେଲେ ଏଲେକ୍ଟ୍ରିଫିକେସନ ହୋଇ ପାରୁନି ଯାହା ଫଳରେ ଏହା କେବେ କାର୍ଯ୍ୟକ୍ଷମହେବ ଏହା ସ୍ପଷ୍ଟ ହୋଇ ପାରୁନି ।ଏଥିନେଇ ପ୍ରଶାସନ ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି। 

ଜୁନାଗଡ଼ ରୁ  ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବ ବର୍ଷର ସୁଭେତ୍ସା ବାଣ୍ଟିଲେ, ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ର କାର୍ଯ୍ୟକର୍ତ୍ତା

Sunil Chandra Nayak

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ଵିଶିଷ୍ଟ ଭାଷା ବିଜ୍ଞାନୀ ପ୍ରଫେସର୍ ଗୋଲକ ବିହାରୀ ଧଳଙ୍କ ତିରୋଧାନ ଦିବସ ତଥା ବନ୍ଦେ ମାତରଂର ସ୍ରଷ୍ଟା ବଙ୍କିମ ଚନ୍ଦ୍ରଙ୍କର ଜୟନ୍ତୀ – ୨୦୨୬ ପାଳିତ 

Sunil Chandra Nayak

ଜାତୀୟ ସମ୍ମିଳନୀରେ କଳାହାଣ୍ଡିର ଡା. ପ୍ରିୟଙ୍କା ମହାନ୍ତିଙ୍କୁ ଶ୍ରେଷ୍ଠ ମୌଖିକ ଉପସ୍ଥାପନା ପୁରସ୍କାର

masiha

Leave a Comment

error: Content is protected !!