ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଢେ଼ଙ୍କାନାଳ ଜିଲ୍ଲା ବିଜେଡି ଉପସଭାପତି ହେଲେ ହିମାଂଶୁ ମହାପାତ୍ର

ଢେ଼ଙ୍କାନାଳ ଜିଲ୍ଲା ବିଜେଡି ଉପସଭାପତି ହେଲେ ହିମାଂଶୁ ମହାପାତ୍ର

କାମାକ୍ଷାନଗର – ବିଜୁ ଜନତା ଦଳ ପ୍ରାୟ ସବୁ ଜିଲ୍ଲା ରେ ଜିଲ୍ଲା କମିଟି ଘୋଷଣା କରି ସାରିଥିବା ବେଳେ ଗତ କାଲି ସଂଧ୍ୟା ରେ ଢେ଼ଙ୍କାନାଳ ଜିଲ୍ଲା ର କମିଟି ବିଜେଡି ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି। ଏହି କମିଟି ରେ ମୋଟ୍ ୯ ଜଣ ଙ୍କୁ ଉପସଭାପତି,୨୦ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୧୮ ଜଣଙ୍କୁ ସମ୍ପାଦକ ର ଦାୟିତ୍ଵ ଦିଆଯାଇଛି। ହିଂମାଶୁ ଶେଖର ମହାପାତ୍ର ୨୦୦୮ ମସିହାରେ ୪ ନଂ ୱାର୍ଡ ରୁ ନିର୍ବାଚନ ଲଢି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ମଧ୍ୟ କାମାକ୍ଷାନଗର ଏନ.ଏ.ସି ବିଜେଡି ର ସମ୍ପାଦକ ମଧ୍ୟ ଥିଲେ।ଏବେ ସେ କାମାକ୍ଷାନଗର ସାମ୍ୱାଦିକ ସଂଘ ର ସଭାପତି , ନବଜ୍ୟୋତି କ୍ଲବ୍ ର ସମ୍ପାଦକ, ଡ଼ାଇମଣ୍ଡ କ୍ଲବ୍ ର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି। ଏକଦା ଢେ଼ଙ୍କାନାଳ କୁ ବିଜେଡି ର ଗଡ କୁହାଯାଉଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ୭ ଗୋଟି ବିଧାନସଭା ଆସନ ରୁ କେବଳ ତାଳଚେର ସିଟ୍ କୁ ଛାଡ଼ି ଦେଲେ ବାକି ୬ ଟି ରେ ପରାସ୍ତ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ଦଳ କୁ କିପରି ଫୁଣି ଥରେ ବିଜୟୀ କରାଯାଇପାରିବ ସମସ୍ତ କର୍ମୀ ଙ୍କୁ ଏକଜୁଟ କରି ନିର୍ବାଚନ ବୈତରଣୀ କୁ ପାର ହେବୁ ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ଉପସଭାପତି ହିମାଂଶୁ ଶେଖର ମହାପାତ୍ର କହିଛନ୍ତି। ତାସହ ହିମାଂଶୁ ବିଜେଡି ଜିଲ୍ଲା ଉପସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ,ଢେ଼ଙ୍କାନାଳ ଜିଲ୍ଲା ବିଜେଡି ସଭାପତି ଡ଼ା. ନୃସିଂହ ଚରଣ ସାହୁ ଏବଂ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ତଥା କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଧର୍ମାନନ୍ଦ ପରିଡ଼ା ଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଆସିକାରେ ବିଧାୟକଙ୍କ ‘ଚା ଖଟି’: ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା

Sunil Chandra Nayak

ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ

masiha

ପରସ୍ପର ଖୁଆଖୁଇ ହେଲେ ମିଠା, ମନରୁ ଓ ପାଟିରୁ ସ୍ବାଦ ହଟିଲା ଖଟା। ନିର୍ବାଚନ ମଣ୍ଡଳୀକୁଏଣ୍ଟ୍ରି କରିଵେ ଅଂଶୁମାନ,ସ୍ବାଗତ ଅପେକ୍ଷାରେ ବିକାଶ ପୁରୁଷ ଧୃଵ

masiha

Leave a Comment

error: Content is protected !!