ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଶ୍ରମିକ ଉଚ୍ଛେଦ କର୍ମଶାଳା ରେ ପୂର୍ବତନ ସରକାରୀ ଓକିଲ ଧୀରେନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

ଦାଦନ ଶ୍ରମିକ ଉଚ୍ଛେଦ କର୍ମଶାଳା ରେ ପୂର୍ବତନ ସରକାରୀ ଓକିଲ ଧୀରେନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

କ୍ରୀତଦାସ ପ୍ରଥା ଉଚ୍ଛେଦ ଆଇନ ୧୯୭୬ ର ୫୦ ବର୍ଷ ପୂର୍ତ୍ତି ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଶ୍ରମିକ ଓ ବିଶେଷ କରି ଦାଦନ ଶ୍ରମିକ ଙ୍କ ସ୍ୱାର୍ଥ ପାଇଁ ଅନବରତ ଭାବେ ସଂଗ୍ରାମ କରି ଆସୁଥିବା ଉତ୍କଳ ସେବକ ସମାଜ ଉପକ୍ରମ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଆଜି ଭୁବନେଶ୍ଵର ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ରେ ଆୟୋଜିତ ହୋଇଯାଇଛି l ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଭାରତ ସରକାରଙ୍କ ଶ୍ରମ ବିଭାଗ ପୂର୍ବତନ ସଦସ୍ୟ ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ସାହୁ ଓ ଶ୍ରୀ ଅରବିନ୍ଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଉତ୍କଳ ସମାଜ ସମ୍ପାଦକ ତଥା ସୁରକ୍ଷା କାର୍ଯ୍ୟକ୍ରମ ର ଆବାହକ ଶ୍ରୀ ଅମିୟ ଭୂଷଣ ବିଶ୍ଵାଳ ଙ୍କ ଆବାହନ ରେ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଙ୍କୁ ନେଇ ଅୟୋଜିତ ଏହି ସମ୍ମିଳନୀ କୁ ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଜର୍ଜ୍ କୋର୍ଟ ର ପୂର୍ବତନ ସ୍ଵତନ୍ତ୍ର ପ୍ରୋସିକ୍ୟୁଟର ଶ୍ରୀ ଧୀରେନ୍ଦ୍ର ନାଥ ପାତ୍ର ଙ୍କୁ ବିଗତ ଦିନରେ ସଫଳତା ର ସହିତ ବିଭିନ୍ନ ଶ୍ରମିକ ସ୍ଵାର୍ଥ ସମ୍ବଳିତ ମାମଲା ର ସୁପରିଚାଳନା ସହ ସମାଜ ପ୍ରତି ରହିଥିବା ଏହାର ପ୍ରତିଫଳନ ଓ ସାମ୍ଭାବ୍ୟ ଆହ୍ଵାନ କୁ ନେଇ ରହିଥିବା ନିଜସ୍ଵ ଅନୁଭୂତି ଉପସ୍ଥାପନ ପାଇଁ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା l ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ଦାଦନ ସର୍ଦ୍ଦାର ଦ୍ଵାରା କଳାହାଣ୍ଡି ଜିଲ୍ଲାର ଦାଦନ ଶ୍ରମିକ ମାନଙ୍କ ହାତ ପାପୁଲି କଟା ଯାଇଥିବା ବହୁ ଚର୍ଚ୍ଚିତ ମାମଲା ର ସଫଳ ପରିଚାଳନା ଯୋଗୁଁ ମାନ୍ୟବର ଅଦାଳତ ଦୋଷୀ ମାନଙ୍କୁ ଯଥୋଚିତ ଦଣ୍ଡ ପ୍ରଦାନ କରିଥିଲେ l ସେତେବେଳେ ଏହା ଏକ ଆନ୍ତର୍ଜାତିକ ମାମଲା ଭାବେ ଚର୍ଚ୍ଚା କୁ ଆସିଥିଲା ଓ ଅନେକ ସ୍ଵେଚ୍ଛାସେବୀ ସଂଗଠନ ଏନେଇ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ l ଶ୍ରୀ ପାତ୍ର ଙ୍କ ନିଷ୍ଠା ଓ ସଫଳତା ପାଇଁ ଉକ୍ତ ସମ୍ମିଳନୀରେ ତାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…. 

Related posts

କୁରାଳ ଭବନ ନିର୍ମାଣ ପାଇଁ ଶିଳାନ୍ୟାସ

Sunil Chandra Nayak

ଜୀବନ ମରୁଭୂମି ହେଲେ ସେଥିରେ ଜଳସିଞ୍ଚନ କରେ ସାହିତ୍ୟ …

Sunil Chandra Nayak

ତାଇୱାନରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ଭାରତରୁ ପ୍ରତିନିଧିତ୍ୱ କରିବେ ଶିଳ୍ପୀ ଓମପ୍ରକାଶ ସାହୁ

masiha

Leave a Comment

error: Content is protected !!