ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ରାଇଘର 10/2 ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ସଦର ମହକୁମାରେ ଅବସ୍ଥିତ ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ କ୍ରମେ ଅଧ୍ୟୟନ କରୁଥିବା ବାଳିକା ମାନଙ୍କୁ ଆତ୍ମନିର୍ଭର ଓ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମକୁ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ନାୟକ ପୌରାହିତ୍ୟ କରିଥିବାବେଳେ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରୀକ୍ଷିତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ବାଳିକା ମାନଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷାର ଗୁରୁତ୍ୱ ଉପରେ ଜୋର ଦେବା ସହ ବର୍ତମାନ ସମାଜରେ ବାଳିକାମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କେବଳ ଶିକ୍ଷିତ ହେବା ଯଥେଷ୍ଟ ନୁହେଁ ବରଂ ସେମାନେ ଶାରୀରିକ ଓ ମାନସିକ ସ୍ତରରେ ମଧ୍ୟ ସଶକ୍ତ ହେବା ଆବଶ୍ୟକ ବୋଲି କହିବା ସହ ଏହିଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ସହ ସମସ୍ୟା ସମୟରେ ସାହାସିକ ଭାବେ ମୁକାବିଲା କରିବାରେ ସମର୍ଥ ହେବେ ବୋଲି କହିଥିଲେ l ଏହି ଅବସରରେ କାର୍ଯ୍ୟକ୍ରମର ସଂଯୋଜିକା ମଧୁସ୍ମିତା ଦାସ, ଅଧ୍ୟାପକ ଚିତ୍ତରଞ୍ଜନ ଗଣ୍ଡ, ମୋନାଲିସା ବାଘ ସମେତ ଅନ୍ୟ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ | 

କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସ୍ୱଚ୍ଛତା ହିଁ ସେବା ଦିବସ ପାଳିତ

masiha

ଲଙ୍କେଶ୍ୱରୀ କ୍ଳବରେ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ରୁପ୍ରା ଠାରେ ନର୍ଲା ରିପୋଟରସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!