ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

 କର୍ଲାମୁଣ୍ଡା, ୧୪/୨ (ସୁଶାନ୍ତ ରଣା): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟି ଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲା କଂଗ୍ରେସ କମିଟି ସଭାପତି ଜଳନ୍ଧର ନାଏକ, ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ମ.ରାମପୁର ବ୍ଳକ ସଭାପତି ରୁଦ୍ର ପ୍ରତାପ ସିଂହ, କଂଗ୍ରେସ ନାରୀ ନେତ୍ରୀ ମାଣିକ୍ୟ ସୁନା, ମାହେନ୍ଦ୍ରି ସାହୁ, ରାଜକୁମାରୀ ସରାଫଙ୍କ ସମେତ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ନବ ନିଯୁକ୍ତ କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ସୁରେଶ ଚୋଧୁରୀ, ଜିଲା କଂଗ୍ରେସ କମିଟି ଉପ ସଭାପତି ରାଜକିଶୋର ମିଶ୍ର, ଜିଲା ସମ୍ପାଦକ ଅରବିନ୍ଦ ଚୋଧୁରୀଙ୍କୁ କର୍ଲାମୁଣ୍ଡା କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟପକ୍ଷେ ଭାଜପା ସରକାର ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଥିବା କଂଗ୍ରେସ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। 

Related posts

ରାଉରକେଲା ପୁଲିସ ଏବଂ ଏନ୍ଆଇଟି ରାଉରକେଲା ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

Sunil Chandra Nayak

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ରାଇରଙ୍ଗପୁର ବିଜେପି ତରଫରୁ ଜଗନ୍ନାଥ ମନ୍ଦିରରେ ପ୍ରଦୀପ ପ୍ରଜ୍ବଳନ

Sunil Chandra Nayak

ଦୁର୍ନୀତି ବିରୋଧୀ ଅଭିଯାନ ର ଜିଲ୍ଳାସ୍ତରୀୟ ବୈଠକ

Leave a Comment

error: Content is protected !!