ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବଡ଼ବାଙ୍କି କପ୍ ପ୍ରଥମ ଟେନିସ ବଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବଡ଼ବାଙ୍କି କପ୍ ପ୍ରଥମ ଟେନିସ ବଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ବଡ଼ବାଙ୍କି ସ୍ଥିତ ମିନି ଷ୍ଟାଡିୟମ ଖେଳ ପଡିଆରେ ବଡ଼ବାଙ୍କି BEST-11କ୍ରିକେଟ୍ କ୍ଳବ୍ ପକ୍ଷରୁ ଆୟୋଜିତ ପ୍ରଥମ ଟେନିସ ବଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକଙ୍କ ପୁତୁରା ମୁକେଶ ବାଗ ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ପୂର୍ବତନ SDC ଉପାଧ୍ୟକ୍ଷ ନିରୁପମା ମାଝୀ,ବିଜେଡି ନାରୀ ନେତ୍ରୀ ପିଙ୍କି ଖର୍ସେଲ,ବଡ଼ବାଙ୍କି ସରପଞ୍ଚ ଡୋଲାଧର ବାଗ,ରାଜକୁମାର ସାହୁ,ଦିଲୀପ ହଂସ,ଭୂଷଣ ବେହେରା,ଜୟଲାଲ ସାହୁ,ସାଗର ବେହେରା,ଶିକ୍ଷକ ସୁଶାନ୍ତ ମହାପାତ୍ର ପଞ୍ଚାୟତ ସ୍ତରୀୟ ମହାସଂଗ ସଭାପତି ପଦ୍ମିନୀ ସରାଫ, ମକରଧ୍ବଜ ମାଝୀ,ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ୧୬ଟି ଦଳକୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବଲାଙ୍ଗୀର ଓ ପଦମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭର ବିନିମୟରେ ୭୯ ରନ୍ ସଂଗ୍ରହ କରିଥିଲେ ପରେ ପଦମପୁର ଦଳ ୬ଓଭର ୨ବଳରେ ୮୦ ରନ୍ ସଂଗ୍ରକରି ବିଜୟ ହାସଲ କରିଥିଲେ ।ଆଜିର ଏହି ଫାଇଲାନ ମ୍ୟାଚରେ ଅମ୍ପାୟର ଭାବେ ତପୁ ପୁଟେଲ ଓ ରଞ୍ଜିତ ମାଝୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ସ୍କୋରର ଭାବେ ତେଜୁରାମ ସାହୁ ଏବଂ ଧାରା ବିବରଣୀ ଅଭୟ ଓ ପ୍ରଶାନ୍ତ କୁମାର ବେହେରା ଶୁଣାଇଥିଲେ।ସେହି ପରି ବଡ଼ବାଙ୍କି BEST-11 କ୍ଳବର ସଭାପତି ରାହୁଲ ସରାଫ,ଉପସଭାପତି ସୁନିଲ କୁମାର ନିଆଲ, କୋଷାଧ୍ୟକ୍ଷ ଲୌକିକ ଧାରୁଆ,ବସୁ ଯୋଷବନ୍ତ,ତପୁ, ରଞ୍ଜିତ, କାହ୍ନୁ, କୁଶ,ବିଷମ,କୁଞ୍ଜ,ଚୈତନ୍ୟ,ତୁଳା, ପିଣ୍ଟୁ,ଅମିତ୍,ରାମ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।ବିଜେତା ଦଳ ପଦମପୁର ଉପବିଯେତା ବଲାଙ୍ଗୀର ଦଳକୁ ଅତିଥିମାନେ ଟ୍ରଫି ଓ ନଗଦ ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ । 

ମୀନକେତନ ନିଆଲ ଙ୍କ ରିପୋର୍ଟ୍  

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ମାଁ ଦୁଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

masiha

ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯୋଗଦେଲେ ବିଧାୟକ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!