ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ 

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ 

ଡାବୁଗାଁ ,୧୯/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ୬ ଟି ମାଟ୍ରିକ ପରୀକ୍ଷା କେନ୍ଦ୍ର ରେ ଆଜି ଗୁରୁବାର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି | ଏହି ୬ ଟି କେନ୍ଦ୍ର ରେ ପ୍ରଥମ ଦିନରେ ମୋଟ ୧୨୯୦ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୨୯ ଜଣ ଛାତ୍ରୀ ଛାତ୍ର ଅନୁପସ୍ଥିତ ରହିଥିଲେ | ଡାବୁଗାଁ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ମୋଟ ୩୦୬ ଜଣ ପିଲା ପଞ୍ଜୀକୃତ କରିଥିବା ବେଳେ ଏଥିରୁ ୩୦୧ ଜଣ ପରୀକ୍ଷା ଦେଇଥିବା ବେଳେ ୫ ଜଣ ପିଲା ଅନୁପସ୍ଥିତ ରହିଛନ୍ତି | ଏଥିରେ ସୁପରିଟେଣ୍ଡେଣ୍ଟ ଭାବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନୌଜ କୁମାର ମହାପାତ୍ର, ଡେପୁଟି ସୁପରିଟେଣ୍ଡେଣ୍ଟ ରମାକାନ୍ତ ଲେଙ୍କା ଓ ପ୍ରଫୁଲ୍ଲ ମେହେରା ଏବଂ ୨୨ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ଡାବୁଗାଁ ସରକାରୀ (ଏସ୍ଏସ୍ ଡି) ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୧୬୫ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୧୬୨ ଜଣ ପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ଅଛନ୍ତି | ସୁପରିଟେଣ୍ଡେଣ୍ଟ ଭାବେ ସଞ୍ଜୁକ୍ତା ଦାଶ, ଡେପୁଟି ସୁପରିଟେଣ୍ଡେଣ୍ଟ ଆରତୀ ବିଶୋୟୀ ଏବଂ ୧୨ ଜଣ ଇନିଭିଜିଲେଟର ରହିଛନ୍ତି | ବଡଓଲମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୧୮୩ ପିଲା ଙ୍କ ମଧ୍ୟରୁ ୧୮୩ ଜଣ ପରୀକ୍ଷା ଦେଇଛନ୍ତି | ସୁପରିଟେଣ୍ଡେଣ୍ଟ ସଞ୍ଜୀବ କୁମାର ପଣ୍ଡା, ଡେପୁଟି ସୁପରିଟେଣ୍ଡେଣ୍ଟ ଅସିତ ପଣ୍ଡା ଓ ୧୬ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୩୫ ପିଲା ଙ୍କ ମଧ୍ୟରୁ ୨୩୦ ଜଣ ପରୀକ୍ଷା ଦେଇଥିବା ବେଳେ ୫ ଜଣ ଅନୁପସ୍ଥିତ ଥିଲେ | ସୁପରିଟେଣ୍ଡେଣ୍ଟ ଡମ୍ବରୁଧର ଦାଶ, ଡେପୁଟି ସୁପରିଟେଣ୍ଡେଣ୍ଟ ଅପର୍ଣ୍ଣା ଭଞ୍ଜ ଓ ୧୧ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ଜବାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୧୮୩ ପିଲା ଙ୍କ ମଧ୍ୟରୁ ୧୮୨ ଜଣ ପରୀକ୍ଷା ବେଳେ ୧ ଜଣ ଅନୁପସ୍ଥିତ ଅଛନ୍ତି | ସୁପରିଟେଣ୍ଡେଣ୍ଟ ପ୍ରଫୁଲ୍ଲ ଗିରି, ଡେପୁଟି ସୁପରିଟେଣ୍ଡେଣ୍ଟ ଅଶୋକ ମହାପାତ୍ର ଓ ୧୩ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି | ଜୁନାପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୪୭ ପିଲା ଙ୍କ ମଧ୍ୟରୁ ୨୩୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୫ ଜଣ ଅନୁପସ୍ଥିତ ଥିଲେ | ସୁପରିଟେଣ୍ଡେଣ୍ଟ ଗୌତ୍ତମ ବାରିକ, ଡେପୁଟି ସୁପରିଟେଣ୍ଡେଣ୍ଟ ସୌଭାଗ୍ୟ କୁମାର ସ୍ଵାଇଁ ଓ ୧୧ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ଵରେ ରହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ 

Related posts

୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

Sunil Chandra Nayak

ପବିତ୍ର ଉତ୍କଳ ଦିବସରେ ଶିକ୍ଷକ ଙ୍କ ନିଆରା କାର୍ଯ୍ୟକ୍ରମ

masiha

ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ

Sunil Chandra Nayak

Leave a Comment

error: Content is protected !!