ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଲରେ ସାମିଲ ଶ୍ରୁତି ଥାପାଙ୍କୁ ଶୁଭେଚ୍ଛା

ରାଉରକେଲା/ ଚଳିତ ମାସ ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲା ଇସ୍‌ଲାମପୁରଠାରେ ହେବାକୁ ଯାଉଛି ୨୪ତମ ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତା। ଭାରତୀୟ ଭଲିବଲ ମହାସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ଦେଶର ବିଭିନ୍ନ ରାଜ୍ୟର ଖେଳାଳୀମାନଙ୍କ ମଧ୍ୟରେ ଓଡ଼ିଶା ଦଳ ସାମିଲ ହୋଇଛି। ଓଡ଼ିଶା ଦଳରେ ରାଉରକେଲାର ଶ୍ରୁତି ଥାପା ସାମିଲ ହୋଇଛନ୍ତି। ଚନ୍ଦ୍ରଶେଖର କ୍ରୀଡ଼ା ସଙ୍ଗଠନର ସଦସ୍ୟା ଥିବା ଶ୍ରୁତିଙ୍କୁ ଏହି ଅବସରରେ ସଙ୍ଗଠନର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା ଓ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଓଡ଼ିଶା ଦଳର ଖେଳାଳୀମାନେ ଭଲ ପ୍ରଦର୍ଶନ କରି ରାଜ୍ୟର ନାମକୁ ଉଜ୍ଜ୍ୱଳ କରିବେ ବୋଲି ଆଶାବ୍ୟକ୍ତ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରାଜ୍ୟରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ହେବ:ମୁଖ୍ୟ ଶାସନ ସଚିବ

Sunil Chandra Nayak

ପ୍ରକାଶ ଚନ୍ଦ୍ର ରାଉତ ଙ୍କ କବିତା ଦେହଜିବୀ

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକରେ ସଟ୍ଟା ଖେଳ ବଢୁଛି , ଦୈନିକ ୫ ଲକ୍ଷ ଟଙ୍କାର କାରବାର

Sunil Chandra Nayak

Leave a Comment

error: Content is protected !!