ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଋଷିକୁଲ୍ୟା ନଦୀର ସୁରକ୍ଷା ପାଇଁ ଅଭିଯାନ

ଋଷିକୁଲ୍ୟା ନଦୀର ସୁରକ୍ଷା ପାଇଁ ଅଭିଯାନ

ଆସିକା, ୨୩/୨/୨୬(ଶିବ ଶଙ୍କର ମିଶ୍ର) ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଂପ୍ରତି ଆରମ୍ଭ ହୋଇଛି ଋଷିକୁଲ୍ୟା ନଦୀ ସୁରକ୍ଷା ଅଭିଯାନ । ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ ଅନ୍ତର୍ଗତ ଗାଜଲବାଡି ପଞ୍ଚାୟତ ର ପିପଳପଙ୍କା ଠାରେ 1013 କୋଟି ଟଙ୍କା ବ୍ୟୟରେ ସରକାର ଏକ ବୃହତ ଡେମ ନିର୍ମାଣ ଯୋଜନା କରୁଛନ୍ତି । ଏହି ଡେମ ନିର୍ମାଣ ହେଲେ ନିକଟସ୍ଥ 23 ଗୋଟି ଗାଁର ହଜାର ହଜାର ଏକର ଚାଷ ଜମି ଓ ଜଙ୍ଗଲ ପାଣିରେ ବୁଡି ନଷ୍ଟ ହୋଇଯିବ । ଏହାର ପ୍ରତିକୂଳ ପ୍ରଭାବ ପରିବେଶ ପ୍ରତି ବିପଦ ସୃଷ୍ଟି କରିବ। କୃଷି,କୃଷକ, ଗୃହ ପାଳିତ ପଶୁ ମାନଙ୍କ ଜୀବନ ଜୀବିକା ମଧ୍ୟ ନଷ୍ଟ ହୋଇଯିବ । ଅନ୍ୟ ପକ୍ଷରେ ନଦୀ ଶଯ୍ୟାରୁ ଅବାଧରେ ବାଲି ଚାଲାଣ ବୃଦ୍ଧି ପାଇବ । ଲୋକଙ୍କ ଜୀବନ ଜୀବିକା ନଷ୍ଟ ହେବା ସହ ପରିବେଶ ଉପରେ ଏହି ଡେମ ନିର୍ମାଣ ହେଲେ କୁପ୍ରଭାବ ପଡିବ। ଏହା ବିରୁଦ୍ଧରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଋଷିକୁଲ୍ୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗାଁ କୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ପାଇଁ ଅଭିଯାନ ଆରମ୍ଭ ହୋଇଛି । କମିଟି ପକ୍ଷରୁ ଆଜି ଧରାକୋଟ ରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ କମିଟି ସଭାପତି ଆଦିତ୍ୟ ନାରାୟଣ ରଥ,ସଦସ୍ୟ ସିମାଞ୍ଚଳ ନାହାକ,ସୁଧୀର ରାଉତ,ପ୍ରତାପ ନାୟକ, ଅଳକ ନାଥ ମିଶ୍ର,ଅଶୋକ ଦଳେଇ, ଶ୍ୟାମ ସୁନ୍ଦର ଖାଡଙ୍ଗା, ଡି ପାର୍ବତୀ,କୁମାରୀ ଦାସ,ଯଶୋଦା ନାୟକ ପ୍ରମୁଖ ଉପସ୍ଥିତ ରହି ସରକାର ଗୋପାଳ ପୁର ଓ ଛତ୍ରପୁର ନିକଟରେ ଅବସ୍ଥିତ ଟାଟା ଓ ଆଦାନୀ କମ୍ପାନୀକୁ ଋଷିକୁଲ୍ୟା ନଦୀର ପାଣି ବିକ୍ରି ପାଇଁ ମସୁଧା କରୁଥିବା ସହ ନଦୀର ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଆଗଭର ହେବାକୁ ଆହ୍ବାନ ଦେଇଥିଲେ। 

Related posts

ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ

ଖଡିଆଳ ରେ ରାଷ୍ଟ୍ରୀୟ ଲୋକଅଦାଳତ

Sunil Chandra Nayak

ଗ୍ରୀନ ଭେଲି ପବ୍ଲିକ ସ୍କୁଲର 2024-25 ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!