ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଷ୍ଠରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା 

କୁଷ୍ଠରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା 

ଧର୍ମଗଡ଼: ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ ଟିପିଗୁଡା଼ ଗ୍ରାମ ପଞ୍ଚାୟତ ସଭା ଗୃହଠାରେ ଆଜି କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି (କୁଷ୍ଠ ନିରାକରଣ ବିଭାଗ) ଓ ଲେପ୍ରା ସୋସାଇଟୀ (ସ୍ୱାଭିମାନ ପ୍ରକଳ୍ପ)ଙ୍କ ମିଳିତ ଆନୁକୂଲ୍ୟରେ କୁଷ୍ଠରୋଗ ସନ୍ଦେହାସ୍ପଦ ବ୍ୟକ୍ତିଙ୍କୁ ପ୍ରାଥମିକ ପରୀକ୍ଷଣ ଏବଂ ନିଦାନ ଓ ଚିକିତ୍ସା ନିମନ୍ତେ ସରକାରୀ ଡାକ୍ତରଖାନାକୁ ପ୍ରେରଣ ସମ୍ବନ୍ଧୀୟ ଏକ କର୍ମଶାଳା ଟିପିଗୁଡା଼ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ହାତୀରାମ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଧର୍ମଗଡ଼ ବ୍ଳକ୍ ନୋଡାଲ୍ ଲେପ୍ରୋସି ୱର୍କର୍ ସୁଶାନ୍ତ କୁମାର ବେହେରା ଓ ଟିପିଗୁଡା଼ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ବିଷ୍ଣୁ ପ୍ରସାଦ ନାଏକ ଉପସ୍ଥିତ ରହି ଚବିଶ ଜଣ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ (PMP/RMP/TH)ଙ୍କୁ କୁଷ୍ଠରୋଗର କାରଣ, ଲକ୍ଷଣ, ପ୍ରଭାବ ଓ ଚିକିତ୍ସା ତଥା ଏହାର ନିରାକରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବୁଝାଇବାସହ କୁଷ୍ଠରୋଗ ସନ୍ଦେହାସ୍ପଦ ବ୍ୟକ୍ତିଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପ୍ରେରଣ କରିବା ନିମନ୍ତେ ଅବଗତ କରିଥିଲେ। 

ଏହି କର୍ମଶାଳାରେ ସରପଞ୍ଚ ଶ୍ରୀ ହାତୀରାମ ଦୁର୍ଗା, କୁଷ୍ଠରୋଗପ୍ରତି ରହିଥିବା ଦୀର୍ଘ କାଳର ଅନ୍ଧ ବିଶ୍ୱାସ ଓ ଘୃଣାଭାବକୁ ଜନ ଜାଗରଣ ଓ ସ୍ୱାସ୍ଥ୍ୟ ସଚେତନ ଦ୍ୱାରା ହଟାଇ ଆମ ସମାଜକୁ ସମ୍ପୂର୍ଣ କୁଷ୍ଠ ମୁକ୍ତ କରିବା ପାଇଁ ଅଞ୍ଚଳବାସୀଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଲେପ୍ରା ସୋସାଇଟିର କ୍ଷେତ୍ର ସଂଯୋଜକ ଶିଶିର କୁମାର ସାବତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଫାର୍ମାସିଷ୍ଟ ସଙ୍ଘ ର 5 ଦଫା ଦାବୀ ପତ୍ର ପ୍ରଦାନ

Sunil Chandra Nayak

କାଳୀକୃଷ୍ଣ ସଂଘ ପକ୍ଷରୁ ସତ୍ୟାନନ୍ଦ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

Sunil Chandra Nayak

୧- ଦଶୀପୁର ଅଞ୍ଚଳରେ ହାତୀ ଉପଦ୍ରବ ଧାନକ୍ଷେତ ଉଜୁଡ଼ିଲା,ଚିନ୍ତାରେ ଚାଷୀ , ୨- ନୂଆ ଏସପି ଏବେ ଆକ୍ସନ ମୁଡ୍‌ରେ,ନଷ୍ଟ କରାଗଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର , ୩-ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ,୨ ଆହତ , ୪- ୪ ଗାଡ଼ି ଜବତ,୩୬ ହଜାର ଜରିମାନା ଆଦାୟ ନାବାଳକଙ୍କ ପାଇଁ ୨୫ ହଜାର ତଣ୍ଡ ଗଣିଲେ ଅଭିଭାବକ , ୫- ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ , ୬- ପୋଲିସ ହେପାଜତ ରୁ ଖସି ପଳାଇବା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ , ୭- ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ବୟସ୍କ ନାଗରିକଙ୍କ ସହ ଭାବ ବନ୍ଧନ କାର୍ଯ୍ୟକ୍ରମ , ୮- ୪୨ତମ ପିଙ୍ଗୁଆ କପ ୨0-୨0 କ୍ରିକେଟ ଟୁର୍ନାମେଣ୍ଟ  ୧୯ ଅକଟୋବର ୨0୨୬ରୁ ଉଦଘାଟନ , ୯- ସାପ କାମୁଡ଼ାରେ ବାଳିକା ର ମୃତ୍ୟୁ  , ୧୦- ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି : ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ , ୧୧-ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ , ୧୨- ବିଜେଡି ପକ୍ଷରୁ ନାଗିଆପଶି ପଞ୍ଚାୟତ କମିଟି ବୈଠକ, ୧୩- ସହିଦ ବାଜିରାଉତ ବଳିଦାନ ଦିବସ ପାଳିତ , ୧୪-ବିଜେଡି ସଦର ବ୍ଲକ କମିଟି ନୂତନ କର୍ମକର୍ତ୍ତା ଚୟନ ଓ ବୈଠକ , ୧୫ – ନିଜର ନେତ୍ର ଦାନ କରି ଉଦାହରଣ ସାଜିଲେ ଉଦୟ , ୧୬-ଅଜଗର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!