ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିରିଡାମାଳି ରାଧାକୁଞ୍ଜ ସାହି ରେ ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ 

ଜିରିଡାମାଳି ରାଧାକୁଞ୍ଜ ସାହି ରେ ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ 

କାମାକ୍ଷାନଗର- କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଜିରିଡାମାଳି ରାଧାକୁଞ୍ଜ ସାହି ରେ ୨ ଦିନ ବ୍ୟାପି ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ୨୬ ତାରିଖରେ ଅଙ୍କୁରୋପଣ ଓ କଳସ ଯାତ୍ରା ହୋଇଥିଲା। ୨୭ ତାରିଖ ରେ ବେଦପାଠ, ଗୋପୂଜା,ଧରିତ୍ରୀ ପୂଜା, ଗୁରୁପୂଜା, ମଣ୍ଡପ ପ୍ରବେଶ ଓ ପ୍ରତିଷ୍ଠା, ଘଟ ମଣ୍ଡଳ ପ୍ରତିଷ୍ଠାନ ପୂଜା, ଅଗ୍ନି ସ୍ଥାପନ,ମନ୍ଦିର ସ୍ନାନ, ନଗର ପରିକ୍ରମା,ଦେବତା ସ୍ନାନ, ପ୍ରାଣ ପ୍ରତିଷ୍ଠା,ମନ୍ତ୍ରନ୍ୟାସ ଧାରଣ, ପୁଷ୍ପାଞ୍ଜଳି ଯଥାବିଧି ଅନୁସାରେ କାର୍ଯ୍ୟକ୍ରମ ହୋଇଥିଲା। ୨୭ ତାରିଖ ଅପରାହ୍ନରେ ବେଦପାଠ,ସର୍ବ ଦେବଦେବୀ ହବନ, ପୂର୍ଣାହୁତି ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା। ଯଜ୍ଞାଚାର୍ଜ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶ ଙ୍କ ତତ୍ବାବଧାନ ଓ ଶାନ୍ତୁନ ମିଶ୍ର, ସତ୍ରୁଜିତ ପଣ୍ଡା ଙ୍କ ସହଯୋଗରେ ରାଧାକୃଷ୍ଣ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବର ଯଜ୍ଞକାର୍ଯ୍ୟ ସମାପନ ହୋଇଥିଲା। ଏହି ଅବସରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପୂଜକ ପ୍ରଶାନ୍ତ କୁମାର ପାଣି ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ । ଏଥିରେ କର୍ତ୍ତା ଭାବେ ନିହାରକାନ୍ତ ରାଉତ ଓ କର୍ତ୍ତି ଭାବେ ସ୍ଲିକିଶ୍ମିତା ରାଉତ ଯୋଗ ଦେଇଥିଲେ । ବିଭିନ୍ନ ଗ୍ରାମରୁ ସଂକୀର୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତ୍ତନ କରିଥିଲେ। ଏହି ଉତ୍ସବରେ ବହୁ ସଂଖ୍ୟା ରେ ସାଧୁସନ୍ଥ,ଧାର୍ମିକ ବ୍ୟକ୍ତି ସାମିଲ ହୋଇଥିଲେ । ଭକ୍ତଙ୍କ ପାଇଁ ଏକ ହରିହାଟ ର ସାହି ପକ୍ଷରୁ ବ୍ୟବସ୍ଥା ହୋଇଥିଲା।ପାଞ୍ଚ ଶହ ରୁ ଅଧିକ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଏହି ସମସ୍ତ କାର୍ଯ୍ୟରେ ରାଧାକୁଞ୍ଜ ସାହି ର ବାସିନ୍ଦାଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯାଇଥିଲା । 

Related posts

ବାଇକ ଦୁର୍ଘଟଣା ଘଟଣାରେ ହତ୍ୟା ଅଭିଯୋଗରେ ରାସ୍ତାରୋକ

masiha

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

ଓଡ଼ିଆ ଭାଷା ବିକାଶ ମଞ୍ଚର କୋଏଲ ବିଦ୍ଯାପୀଠରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!