ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ମାନଜନକ ଡ଼କ୍ଟରେଟ୍ ଉପାଧି ପାଇଲେ ବୀରେନ୍ଦ୍ର ପ୍ରସାଦ ଦାସ

ସମ୍ମାନଜନକ ଡ଼କ୍ଟରେଟ୍ ଉପାଧି ପାଇଲେ ବୀରେନ୍ଦ୍ର ପ୍ରସାଦ ଦାସ

କଟକ: ଇଣ୍ଡିଆନ ଆୱାର୍ଡ୍ସ ସେରିମନୀ ଆନୁକୂଲ୍ୟରେ ତଥା ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଜ୍ଞାନଦାନ୍ ଅନରାରି ଡ଼କ୍ଟରେଟ ଆୱାର୍ଡ୍ସ୍ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଶିଷ୍ଟ ଟ୍ରେଡ଼ ୟୁନିଅନ ନେତା ଶ୍ରୀ ବୀରେନ୍ଦ୍ର ପ୍ରସାଦ ଦାସଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ନାଲକୋ ଠାରୁ ଆରମ୍ଭ କରି ରାଜ୍ୟ,ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସେ ଜଣେ ବରିଷ୍ଠ ଶ୍ରମିକ ନେତା । ଏହି ଉପଲକ୍ଷେ ଆୱାର୍ଡ୍ସ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ଦାସଙ୍କୁ ସମ୍ମାନସୂଚକ ଗାଉଁନ,କ୍ରାଉଁନ,ଲାଲ ଉତ୍ତରୀୟ,ଟ୍ରଫି ଓ ସ୍ବର୍ଣ୍ଣ ପଦକ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଡ଼ଃ.ବୀରେନ୍ଦ୍ର ପ୍ରସାଦ ଦାସ ହେଉଛନ୍ତି ୪୨ ମୌଜା ବେଣ୍ଟକାର ନିବାସୀ ସ୍ବର୍ଗତ ଶଶିଭୂଷଣ ଦାସ ଓ ବାସନ୍ତୀ ଦାସଙ୍କ ସୁପୁତ୍ର । ଏହି ସଫଳତା ପାଇଁ ସେ ତାଙ୍କର ସ୍ବର୍ଗବାସୀ ପିତାମାତା,ଗୁରୁ ଗୁରୁଜନ,ବେଣ୍ଟକାର ଗ୍ରାମବାସୀ,୪୨ ମୌଜା ତଥା କଟକ ସଦରର ସମସ୍ତ ଜନସାଧାରଣ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ତାଙ୍କର ଶ୍ରେୟ ଦେଇଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଏଡିଜେ କୋର୍ଟ ସ୍ଥାପନ ଦାବିରେ ବୁଧୁବାର ଖଡ଼ିଆଳ ବନ୍ଦ

masiha

ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦବେଗ

masiha

ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡା ବ୍ଲକ୍ ସ୍ତରୀୟ ସର୍ଗିଫୁଲ୍ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!