ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ଶିବିର 

ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ଶିବିର 

ଡାବୁଗାଁ, ୨୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ରେ ଥିବା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ଶିବିର ବ୍ଳକ ପ୍ରଶାସନ ଦ୍ଵାରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଳକ କର୍ମଚାରୀ ଅମୂଲ୍ୟ ଦଲେଇ, ସୁରେଶ ବାରିକ, ଅଧ୍ୟାପକ ଶିବ ପ୍ରସାଦ ସାହୁ, ବରିଷ୍ଠ କିରାଣୀ ଦୟାନିଧି ଟାକ୍ରୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅଧ୍ୟାପିକା ପ୍ରତିକ୍ଷା ପ୍ରିୟ ଦର୍ଶନୀ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ l ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ବିସ୍ତୃତ ଭାବେ ନିଶାମୁକ୍ତ ଉପରେ ନିଜ ନିଜର ବକ୍ତବ୍ୟ ରଖି ନିଶା ଦ୍ଵାରା ଅପକାର ହୋଇ ଧନ ଜୀବନ ନଷ୍ଟ ହେବାରୁ ରକ୍ଷା ପାଇ ସୁନ୍ଦର ଜୀବନ ଯାପନ କରିବା ଉପରେ ଛାତ୍ରୀ ଛାତ୍ର ମାନଙ୍କୁ ବ୍ୟାପକ ପରାମର୍ଶ ଦେଇଥିଲେ l ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ନିଶାଯୁକ୍ତ ଉପରେ ସ୍ଵରଚିତ ଏକ କବିତା ସୁଲଳିତ କଣ୍ଠରେ ଆବୃତ୍ତି କରି ସଚେତନତା ର ବାର୍ତ୍ତା ଛାତ୍ରୀ ଛାତ୍ର ମାନଙ୍କୁ ଦେଇଥିଲେ l ବିଦ୍ୟାଳୟର ବାଣିଜ୍ୟ ବିଭାଗ ଦ୍ଵିତୀୟ ବର୍ଷର ଛାତ୍ର ପବିତ୍ର କଚିମ ବାଳିକା ବେଶରେ ବେଶ ସୁନ୍ଦର ଭାବେ ବକ୍ତବ୍ୟ ରଖିବା ସହ ଗୀତରେ ନିଜେ ନୃତ୍ୟ କରି ସମସ୍ତ ଙ୍କୁ ମୁଗ୍ଧ କରିଥିଲେ l ତାଙ୍କର ନୃତ୍ୟରେ ମୁଗ୍ଧ ହୋଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମହୋଦୟ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ l ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହନୀୟ କଳା ଓ ସଂସ୍କୃତିର ଅପୂର୍ବ ଭଣ୍ଡାର କଳାହାଣ୍ଡି ୬୧ତମ ମହାବୀର ମହୋତ୍ସବ ଉଦଘାଟିତ 

Sunil Chandra Nayak

ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖାର ବାର୍ଷିକୋତ୍ସବ 

Sunil Chandra Nayak

କୋମନା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ଯୋଜନାର ସମୀକ୍ଷା: ଗୁଣାତ୍ମକ କାର୍ଯ୍ୟାନ୍ୱୟନ ଉପରେ ସିଡିଓଙ୍କ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!