ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେତୃତ୍ଵ ଉପରେ ତାଲିମ 

ନେତୃତ୍ଵ ଉପରେ ତାଲିମ 

ଡାବୁଗାଁ, ୨୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ନେତୃତ୍ଵ ଉପରେ ତାଲିମ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଜଣେ ବ୍ୟକ୍ତି କିପରି ନେତା ହୋଇପାରିବ, ସେ କିପରି ନେତୃତ୍ଵ ନେବେ, ତାଙ୍କର ନେତୃତ୍ଵ ପାଇଁ କଣ ଦକ୍ଷତା ଆବଶ୍ୟକ, ଜନସସାଧାରଣରେ କିପରି ସମସ୍ୟା ର ସମ୍ମୁଖୀନ ହେବେ ଓ ସମ୍ମୁଖୀନ ହେଉଥିବା ସମସ୍ୟାର କିପରି ସମାଧାନ କରିବେ ସେ ଉପରେ ତାଲିମ ପ୍ରଦାନ କରାଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି. ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ଅଙ୍ଗନୱାଡି କର୍ମୀ – ୫୦ ଜଣ ଓ ଆଶା କର୍ମୀ – ୧୮ ଉପସ୍ଥିତ ରହି ତାଲିମ ନେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସେମିଳିଗୁଡା ରେଙ୍ଗା ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Sunil Chandra Nayak

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

masiha

ଆଂବେଦକରବାଦ ଏକ ଉଚ୍ଚତମ ଆଦର୍ଶ: ବିକାଶ ଓ ପୂଜ୍ୟ ପୂଜା ସମିତି ସମ୍ବିଧାନର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ଵାନ 

Sunil Chandra Nayak

Leave a Comment

error: Content is protected !!