ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବ ଜିଲ୍ଲା ଯୁବ ମୋର୍ଚ୍ଚା ନେତୃତ୍ୱଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ନବ ଜିଲ୍ଲା ଯୁବ ମୋର୍ଚ୍ଚା ନେତୃତ୍ୱଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଫୁଲବାଣୀ, 26/3 (ମସିହା )କନ୍ଧମାଳ ଜିଲ୍ଲାର ନବନିର୍ବାଚିତ ଭାରତୀୟ ଜନତା ପାର୍ଟି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଦିବ୍ୟରଞନ ଡାକୁଆ ଓ ଉପସଭାପତି ସୁଶ୍ରୀ କବିତା କହଁରଙ୍କୁ କନ୍ଧମାଳ ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି, ସମ୍ପାଦକ ଓ ସଦସ୍ୟ-ସଦସ୍ୟାମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ନୂତନ ନେତୃତ୍ୱଙ୍କୁ ଅଭିନନ୍ଦନ ଓ ସମର୍ଥନ ଜଣାଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଫୁଲବାଣୀ ସର୍କିଟ ହାଉସରୁ ଏକ ଶୋଭାଯାତ୍ରା ବାହାରି ବଲସକୁମ୍ପା ସ୍ଥିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପୁରୁଣା ପାଣି ଡ୍ୟାମ ନିକଟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ, ସଂଗଠନର ଆଗାମୀ କାର୍ଯ୍ୟଯୋଜନା ଓ ଯୁବ ମୋର୍ଚ୍ଚାର ଭୂମିକା ଉପରେ ଚର୍ଚ୍ଚା ହୋଇଥିଲା।

ନବନିର୍ବାଚିତ ସଭାପତି ଓ ଉପସଭାପତି ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଜିଲ୍ଲାରେ ଦଳକୁ ଆହୁରି ସଶକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ ଆଶା କରିଥିଲେ।ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ ଓ ଏକତାର ପରିବେଶ ମଧ୍ୟରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା।

କନ୍ଧମାଳ ରୁ ଅକ୍ଷୟ କର୍ଣ୍ଣ

Related posts

ବିଜେପିର ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ

masiha

ଜୋରଦାର ଚାଲିଛି କଂଗ୍ରେସ ଦଳର ପ୍ରଚାର

masiha

ଗୁଣପୁର ବିଧାନସଭା : ବିଜେଡିର ରଘୁନାଥ ଗମାଙ୍ଗ ଏବଂ ବିଜେପିରୁ ତ୍ରିନାଥ ଗମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ

masiha

Leave a Comment

error: Content is protected !!