ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନୂଆଗଡରେ ରାମ ନବମୀ ପାଳିତ 

ନୂଆଗଡରେ ରାମ ନବମୀ ପାଳିତ 

 ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପରିସରରେ ପବିତ୍ର ରାମ ନବମୀ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ହନୁମାନ ଚାଳିଶା ପାଠ, ନାମ ସଂକୀର୍ତ୍ତନ, ହୋମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୋହିତ ଭାବେ ଲୋକନାଥ ରଥ ପୂଜା ଅର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ପଞ୍ଚୁ ବିଶ୍ବାଳ କାର୍ଯ୍ୟ ସମ୍ପାଦନ କରିଥିଲେ । ରାମ ନବମୀ ପାଇଁ ମନ୍ଦିର ପରିସର ଭିଡ ପରିଲକ୍ଷିତ ହୋଇଥିଲା । ଏଥିରେ ନୂଆଗଡ ଗ୍ରାମବାସି ମାନେ ସହଯୋଗ କରିବା ସହ ଉପସ୍ଥିତ ଥିଲେ। କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

 

Related posts

ପବିତ୍ର ରାମ ନବମୀ ଉପଲକ୍ଷେ ଚିରଞ୍ଜିବୀ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା.

Sunil Chandra Nayak

ଧରାକୋଟ ରେ ତିନି ଠାକୁରଙ୍କ ନେତ୍ର ଉତ୍ସବ ପାଳନ 

Sunil Chandra Nayak

ଜୁନାଗଡ଼ ଗାୟତ୍ରୀଶକ୍ତି ପିଠରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!