ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ରେ ରାମ ନବମୀ ଉପଲକ୍ଷେ ବିଶାଳ ବାଇକ୍ ଶୋଭାଯାତ୍ରା 

ବସ୍ତା ରେ ରାମ ନବମୀ ଉପଲକ୍ଷେ ବିଶାଳ ବାଇକ୍ ଶୋଭାଯାତ୍ରା 

ବସ୍ତା ୨୭।୩ ବସ୍ତା ରେ  ଶ୍ରୀରାମ ସେବକ ସଂଘ ଆହ୍ୱାନରେ ରାମ ନବମୀ ଉପଲକ୍ଷେ ଐତିହାସିକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ବାଇକ୍ ଶୋଭାଯାତ୍ରା ମଥାନୀ ବସ୍ ଟାଣ୍ଡରୁ ବାହାରି ୧୧ ଗୋଟି ପଂଚାୟତ ପରିକ୍ରମା କରି ବା ସହିତ ମୟୁରଭଞ ଜିଲ୍ଲା , ଭୈରଙ୍ଗି ରେ ସମାପ୍ତ ହୋଇଥିଲା। ଏଥିରେ ୧୫୦୦ ଉର୍ଦ୍ଧ ରାମ ଭକ୍ତ ଶ୍ରୀରାମ ସେନା ,ବହୁ ସନାତନୀ ଭାଇ ଭଉଣୀ ଯୋଗଦେଇଥିଲେ। ରାମ ଓ ହନୁମାନଙ୍କ ନାରା ରେ ପୁରା ଅଞ୍ଚଳ କମ୍ପି ଉଠିଥିଲା। ରାସ୍ତାରେ ବିଭିନ୍ନ ଜାଗାରେ ବାଇକ୍ ଶୋଭାଯାତ୍ରାକୁ ଶଂଖ ଧ୍ୱନି, ପୁଷ୍ପ ବୃଷ୍ଟି ଏବଂ ପାନୀୟ ଜଳ, ଦହି ସରବତ ତରଭୁଜ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ବସ୍ତା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଶୋଭାଯାତ୍ରା ରେ ବିଜେପି ନେତା ପ୍ରଦୀପ ପଣ୍ଡା, ରବିନ୍ଦ୍ର ଅଣ୍ଡିଆ, ଶ୍ୟାମାପ୍ରସାଦ ବେହେରା, କୃଷ୍ଣଚନ୍ଦ୍ର ଦତ୍ତ , ଫରନାଲ ବିଶ୍ୱାଳ , ଖଗେନ୍ଦ୍ର ନାୟକ, ଯୋଗଦେଇଥିଲେ।। ଏହି ବାଇକ୍ ଶୋଭାଯାତ୍ରାରେ ଶ୍ରୀ ରାମ ସେବକ ସଂଘ (ମଥାନୀ ) ବସ୍ତା ର ସଭାପତି ସୂଯ୍ୟନାରାୟଣ ସାହୁ,ଅଭିରାମ ମଲ୍ଲିକ, ନିହାର ରଞ୍ଜନ ବେହେରା,ରାଜେନ୍ ପରିଡ଼ା,ଦିବାକର ରାଉତ, ମଥାନୀ ଯୁବନେତା ସନ୍ତୋଷ ମହାପାତ୍ର. ସରୋଜ କୁମାର ଗିରି, ପ୍ରସନ୍ନ ପଣ୍ଡା,ଗଗନ ପ୍ରଧାନ, ଉମାକାନ୍ତ ବେଜ, ବିନୟକେତନ ଜେନା, ଜ୍ୟୋତିପଦ ଘୋଷ, ରବି ରାଉଳ ଶରତ ବାରିକ ପ୍ରମୁଖ ପରିଚାଳନା ଦାୟିତ୍ଵ ରେ ଥିଲେ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

masiha

ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଆ ନବବର୍ଷର ପାଳିତ

masiha

ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ରରେ ନୂତନ ବିସ୍ତାରକଙ୍କ ଦାୟୀତ୍ବ ଗ୍ରହଣ

masiha

Leave a Comment

error: Content is protected !!