ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

ଜୁନାଗଡ଼,୨୮/୩(ମନୀ ସ)ଜୁନାଗଡ଼ ର ବରିଷ୍ଠ ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗାପ୍ରସାଦ ନାଏକଙ୍କ ମାତା ମାଳତୀ ନଏକଙ୍କ ଭବାନୀପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପରଲୋକ ହୋଇଯାଇଛି।ମୃତୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।ସ୍ଥାନୀୟ ହାତୀନଦୀ ସ୍ୱର୍ଗ ଦ୍ୱାରା ଠାରେ ତାଙ୍କର ଦାହସଂସ୍କାର ସଂପନ୍ନ ହୋଇଥିଲା। ପୁଅ ଭବାନୀ ଶଙ୍କର ନାଏକ ଓ ଦୁର୍ଗା ପ୍ରସାଦ ନାଏକ ମୁଖାଗ୍ନି ଦେଇଥିଲେ । ନାତି ସନ୍ତୋଷ ,ଧିରାଜ, ଲୋକେଶ ,ମହାବୀର ଓ ଜ୍ୟୋଇଁ ଓ ଅତ୍ମୀୟଙ୍କ ଉପସ୍ଥିତିରେ ଶବ ସତ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା ସବାଧାରରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ,ଭୈରବ ନାଏକ,ପର୍ଶୁରାମ ନାଏକ, ପ୍ରକାଶ ନାଏକ, ଓକିଲ ସଂଘ ସଭାପତି ହିମାଂଶୁ ବରାଡ଼,ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ,ବରିଷ୍ଠ ବିଜେପି ନେତା ଭାବସିନ୍ଧୁ ମଙ୍ଗରାଜ,ପୂର୍ବତନ ନଗରପାଳ ସୁଧାଂଶୁ ଶେଖର ବରାଡ଼,ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।ସ୍ବର୍ଗତ ମାଳତୀ ନାଏକ ଜଣେ ମିଷ୍ଟ ଭାସି ଓ ପରୋପକାରୀ ମହିଳା ଥିଲେ। ଜୀବନ କାଳ ମଧ୍ୟରେ ସେ ଅନେକ ବଦାନ୍ୟ ଓ ଜନ ହିତ କାର୍ଯ୍ୟ କରି ଯାଇ ଛନ୍ତି।ତାଙ୍କ ବିୟୋଗରେ ଆତ୍ମୀୟ, ପରିଜନ ତଥା ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠି ରୁ ଖବର ପ୍ରସାରଣ ପରେ ବୁଦୁନୀ ପଧାନ କୁ ମିଳିଲା ସହାୟତା ଏବଂ ବିଧବା ଝିଅ ସୁକାନ୍ତି କୁ ମିଳିବ ଭତ୍ତା

masiha

ବାଣପୁର ସାନ ହନ୍ତୁଆଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ପେଟ୍ରୋଲ ମୂଲ୍ୟ ବୃଦ୍ଧି ୩ ଟଙ୍କା ହୋଇଥିଲେ ମଧ୍ୟ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍

Leave a Comment

error: Content is protected !!