ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡି ଶଙ୍ଖ ଭବନରୁ ରଘୁନାଥ ମହାନ୍ତି ବସ୍ତାରେ ପହଞ୍ଚିବାପରେ ଶୁଭେଛାର ବାର୍ତ୍ତା କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି 

ବିଜେଡି ଶଙ୍ଖ ଭବନରୁ ରଘୁନାଥ ମହାନ୍ତି ବସ୍ତାରେ ପହଞ୍ଚିବାପରେ ଶୁଭେଛାର ବାର୍ତ୍ତା କର୍ମୀ ମହଲରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି 

ବସ୍ତା ୨୮/୩)  ଦିର୍ଘଦିନ ପରେ ବିଜେଡି ଦଳର ପୂର୍ବତନ ମନ୍ତ୍ରୀ ରାଘୁନାଥ ମହାନ୍ତି ବସ୍ତା ବ୍ଳକ ନଟାକଟା ପଞ୍ଚାୟତ ନରଣପୁର ନିଜ ଗାଁରେ ପହଞ୍ଚିବା ପରେ ବସ୍ତା ନିର୍ବାଚନ ମଣ୍ତଳୀର ବିଜେଡିକର୍ମୀ ମହଲରେ ଅସୁମାରି ଆନନ୍ଦ ଦେଖିବାକୁମିଳିଛି । ପ୍ରାୟ ଏକ ବର୍ଷ ଧରି ବିଜେଡି ଜିଲ୍ଲା ସଭାପତି ନିଯୁକ୍ତି ପାଇ ଟଣା ଉଟରା ଚାଲିଥିଲା ମାତ୍ର ବିଜେଡି ସୁପ୍ରିମୋ କାହାରି ଉପରେ ଭରଷା ପାଉନଥିଲେ ।ଯାହା ଫଳରେ ଆଜିପର୍ଯ୍ଯନ୍ତ ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ପଦ ଫାଙ୍କା ପଡିଛି। ଯାହା ଫଳରେ ବସ୍ତା ବାଲିଆପାଳ ଲଙ୍ଗଳେଶ୍ବର ସମେତ ଗାଁ ଠୁ ସହର ପର୍ଯ୍ଯନ୍ତଯଣେ ଦକ୍ଷ ଭେଟନାର ରାଜନିତିର ଚାଣକ୍ଯ ଙ୍କୁ ଜିଲ୍ଲା ସଭାପତି ଶ୍ରୀ ପଟନାୟକ ଦେଇଛନ୍ତି ବୋଲି ବିଜେଡି କର୍ମୀ ମହଲରେ ଚର୍ଚ୍ଚା ହେଉଛି।ଦଳକୁ ବସ୍ତା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ରାଘୁବାବୁ ବସ୍ତା ନିର୍ବାଚନ ମଣ୍ଡଳୀରେ ୫ ଥର ବିଧାୟକ ଓ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ବିଜେଡି କାର୍ଯ୍ୟକରି ବାଲେଶ୍ଵର ଜିଲ୍ଲାର ବସ୍ତା ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ଗଡ ଭାବେ ପରିଚିତ କରିଥିଲେ ।ତାଙ୍କ ଦୀର୍ଘ ଦିନ ପ୍ରଚେଷ୍ଟାରେ ଜିଲ୍ଲା ରାଜନୀତିରେ ଜନତାଦଳରୁ ବିଜୁଜନତା ଦଳ ନବୀନ ପଟନାୟକ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକ ପ୍ରିୟତାରେ ବିଜୁଜନତା ଦଳ ବା ବିଜେଡିର ଦୁର୍ଗ ହୋଇ ରହିଆସିଛି।ନବୀନ ବାବୁ ଫାଉଣ୍ଡର ମେମର ରାଘୁ ବାବୁଙ୍କୁ ଦଳରେ ସାମିଲ କରିଥିବାରୁ ବାଲେଶ୍ଵର ଜିଲ୍ଲାରେ ଏକମାହଲ ସୃଷ୍ଟି ହୋଇଛି । ଫାଉଣ୍ଡର ମେମ୍ବର ତଥା ବିଜେଡି ଦଳର ବରିଷ୍ଠ ଅନୁଭବି ନେତ ବାଲେଶ୍ବର ଜିଲ୍ଲା ପୁଣି ବସ୍ତା ବିଜେଡି ଗଡ ଭାବେ ପରଣିତ ହୋଇପାରିବ ବୋଲି ପାନ ଦୋକାନ ଠୁ ଆରମ୍ଭ କରି ବାଜାର ଘାଟରେ,କର୍ମୀ ରାଜନିତୀ ବିଶେଷଜ୍ଞ ମହଲରେ ସମିକ୍ଷା ହେଉଛି । ପ୍ରକାଶ ଥାଉକି ନବିନ ଶଙ୍ଖ ମହଲରେ ବିଜେଡି ଦଳରେ ବିଦ୍ଧିବଦ୍ଧ ଭାବେ ଯୋଗଦାନ ଅବସରରେ ରଘୁନାଥ ମହାନ୍ତି ସହ ଧର୍ମୀଣୀ ପ୍ରିତିଲତା ମହାନ୍ତି ପୁତ୍ର ରାଜାଶ୍ରୀ ମହାନ୍ତି ପୁତ୍ରବଧୁ ବର୍ଷାସୋନୀ ମହାନ୍ତି ଓ ନାତି ବିଜେଡି ସୁପ୍ରିମୋ ଶ୍ରୀ ପଟନାୟକଙ୍କୁ ସାକ୍ଷାତକରି ଥିଲେ । ତେବେ ଆଗାମି ଦିନରେ ବସ୍ତା ସମେତ ବାଲେଶ୍ବର ଜିଲ୍ଳାରେ ତୃଣମୂଳ ସ୍ତରରୁ ଘରଘର ବୁଲି ଲୋକଙ୍କ ସମସ୍ଯାର ସମାଧାନକରିବା ପାଇଁ ଚେଷ୍ଟା କରିବେ ବୋଲି ରଘୁନାଥ ମହାନ୍ତି ପ୍ରକାଶ କରିଛନ୍ତି ।

Related posts

ବାଲିଶଙ୍କରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ     

masiha

ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରିବା ସେଥିପାଇଁ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!