ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଏକ ଦିବସୀୟ ପାଠଚକ୍ର

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଏକ ଦିବସୀୟ ପାଠଚକ୍ର

ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଗଣିତ ବିଭାଗ ପକ୍ଷରୁ ଏକ ଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ଅଶୋକ ମୁଦୁଲିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଡ଼ଃ ଯତୀନ ବିଷୋୟୀ ଅଧ୍ୟକ୍ଷତା କରି ଥିଲେ।ପାଠଚକ୍ର ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ସହିତ ବୃକ୍ଷରେ ଜଳ ସିଞ୍ଚନ କରି ସଭା କାର୍ଯ୍ଯକୁ ଉଦ୍ଘାଟନ କରିଥିଲେ ଆଜିର ଅତିଥି ବୃନ୍ଦ ।ତ୍ରିପୁରା ସ୍ଥିତ ଏନ୍ଆଇଟିର ଗଣିତ ବିଭାଗର ପ୍ରଫେସର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ବକ୍ତା ରୂପେ ଉପସ୍ଥିତ ରହି ଟେନସର ବିଜ୍ଞାନ କିପରି ମାନବ ସଭ୍ୟତାର ମୌଳିକ ଆବଶ୍ୟକତାରେ ଉପଯୋଗ ହୋଇପାରିବ ତାହା ସଂନ୍ଦବ ମାଧ୍ୟମରେ ଉପସ୍ଥାପନା କରିଥିଲେ।

ଡ଼ଃ ଯତୀନ ବିଷୋୟୀ ଅତିଥି ରୂପେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଚରିତ୍ର ଗଠନରେ ଗଣିତର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ।

ଅଧ୍ୟାପକ ଚିନ୍ମୟ ରାଉତ,ଅଧ୍ୟାପିକା ସୁପ୍ରିୟା ସାହୁ ଓ କର୍ମଚାରୀ ଜଗନ୍ନାଥ ଚୌଧୁରୀ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।ଉକ୍ତ କାର୍ଯକ୍ରମରେ ଛାତ୍ର ଛାତ୍ରୀ ପ୍ରତିନିଧି ମୋନାଲିସା ମାଇତି, ରାଜନ୍ତ ଉଠାଣସଂ,ମାନସୀ ସ୍ବାଇଁ, ସମୀର କୁମାର ସାହୁ,ବିଶ୍ୱଜିତ ପାଢ଼ୀ, ଲିପ୍ସିତା ବେହେରା, ସାଜିଦ ଶତ୍ରୁଶଲ୍ୟ ,ରଶ୍ମି ଜେନା, ସିମ୍ରନ ରାଉତ ଓ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ। ସଭାକାର୍ଯ୍ୟ ଶେଷରେ ସନ୍ଧ୍ୟା,ଶୁଭଶ୍ରୀ,ସ୍ୱେତାଲିନା,ରାଣୀ,ପାୟଲ ଏବଂ ପୂଜା ଆଦିମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related posts

ଆବାକସ୍ ଛାତ୍ର ଛାତ୍ରୀଙ୍କ ସଫଳତା 

ଜୁନାଗଡ଼ରେ ଡ଼.ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

masiha

ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ନୂଆ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!