ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପ୍ରେଲ ୬ ରୁ ୧୨ ଯାଏଁ ବହୁ ପ୍ରତିକ୍ଷିତ ସିଲ୍କ ସିଟି ମହୋତ୍ସବ

ଅପ୍ରେଲ ୬ ରୁ ୧୨ ଯାଏଁ ବହୁ ପ୍ରତିକ୍ଷିତ ସିଲ୍କ ସିଟି ମହୋତ୍ସବ

ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ସ୍ୱଦେଶୀ ମେଳାକୁ ସଫଳ କରିବା ପାଇଁ ସହଯୋଗ କାମନା କଲେ ବିଧାୟକ 
ସମନ୍ୱୟ, ସହଭାଗିତା ଓ ୩ ତାରିଖ ସୁଦ୍ଧା ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ବ୍ରହ୍ମପୁର, ତା ୨୯.୦୩.୨୦୨୬: ବ୍ରହ୍ମପୁର ସହରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ଅପ୍ରେଲ ୬ ରୁ ୧୨ ଯାଏଁ ବହୁ ପ୍ରତିକ୍ଷିତ ସିଲ୍କ ସିଟି ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ। ଏ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ଅଧ୍ୟକ୍ଷତା ଏବଂ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳାଇଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।

ମହୋତ୍ସବକୁ କିପରି ସରସ ଓ ସୁନ୍ଦର କରାଯାଇପାରିବ ସେନେଇ ସମସ୍ତ କାର୍ଯ୍ୟକୁ ସଠିକ ଢଙ୍ଗରେ କରିବା ପାଇଁ ବିଧାୟକ ଶ୍ରୀ କୁମାର ପରାମର୍ଶ ଦେଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଅନ୍ତର୍ବିଭାଗୀୟ ସମନ୍ୱୟ ଓ ସହଭାଗିତା ଉପରେ ଗୁରୁତ୍ୱାରୋପ କରିବା ସହ ସମସ୍ତ ପ୍ରାକ୍ ପ୍ରସ୍ତୁତିକୁ ୩ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି।

ବୈଠକରେ ପଲ୍ଲିଶ୍ରୀ ମେଳା, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଦର୍ଶନୀ, ଫୁଡ୍ କୋର୍ଟ, କୃଷି ଯନ୍ତ୍ରପାତି ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ପାରମ୍ପରିକ କ୍ରୀଡା ଓ ଫନ୍ ଗେମ୍, ସ୍ୱଦେଶୀ ଖାଦ୍ୟ ପ୍ରତିଯୋଗିତା, ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ପରିମଳ, ଅଗ୍ନିନିର୍ବାପଣ ବ୍ୟବସ୍ଥା, ପାନୀୟ ଜଳ, ଅର୍ଥ, ପ୍ରଚାର ପ୍ରସାର, ପଲିଥିନ ବ୍ୟବହାର ନିଷେଧ, ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କାର ପ୍ରଦାନ ଆଦି ସମସ୍ତ ବିଷୟରେ ଆଲୋଚନା ହୋଇଥିଲା।

ବୈଠକରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ଶ୍ରବଣା ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଆକବରମ ସସ୍ୟ ରେଡ୍ଡୀ, ଗଞ୍ଜାମ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

୧- ଭାରସାମ୍ୟ ହରାଇ ୩୦ ଫୁଟ ଖାତକୁ ଖୋସିଲା ଆଲୁମିନା ବୋଝେଇ ଟ୍ରକ , ୨- ଶ୍ୱଶୁର ଘରକୁ ଆସି ଗଛରୁ ପଡି ଜ୍ୱାଇଁ ଗୁରୁତର, ୩- ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ

masiha

ନୟାଗଡ଼ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସେମିନାର 

masiha

ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ମୃତ

masiha

Leave a Comment

error: Content is protected !!