ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ 

ବନ୍ଧୁଗାଁ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ 

ବନ୍ଧୁଗାଁ ତା ୩୧/୩/୨୬ ବନ୍ଧୁଗାଁ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଡିଓ ଶ୍ରୀମତୀ ମିନତୀ ଜଗଦେବ ,ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଡି ଏଙ୍କାଟି, ଷ୍ଟେଟ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ବିଜୟ ବେହେରା, ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ବନ୍ଧୁଗାଁ ବ୍ରାଞ୍ଚ ମ୍ୟାନେଜର ମନୋଜ ସାମନ୍ତରାୟ , ଆଲମଣ୍ଡା ବ୍ରାଞ୍ଚ ମ୍ୟାନେଜର ଲକ୍ଷ୍ମୀ ନାରାୟଣ ଦେହୁରୀ , ଅତିରିକ୍ତ କୃଷି ଅଧିକାରୀ ନିହାରିକା ହିକକା, ସିଡିପିଓ ଗୀତାଞ୍ଜଳୀ ମହାରଣା, ବଡସରପଲ୍ଲୀ ପଞ୍ଚାୟତ ସରପଞ୍ଚ ସୁନ୍ଦୁରୁ ପିଡିକା ପ୍ରମୁଖ ଉପସ୍ଥିତ ରହି ଥିଲେ,ମିଶନ ଶକ୍ତି ବିପିସି ବି କେ ପ୍ରଦୀପ କୁମାର ଋଣ ମେଳା ମଞ୍ଚରେ ମଞ୍ଚାସିନ ଅତିଥି ମାନଙ୍କୁ ମିଶନ ଶକ୍ତିର ଏମବିକେ ମାନଙ୍କ ଦ୍ଵାରା ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରି ଥିଲେ।ଓଏଲଏମ ବି ଏଲ ସି ଚୈତନ୍ୟ ସଗରିଆ ପ୍ରମୁଖ ଉପସ୍ଥିତ ରହି ଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରେ ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ବନ୍ଧୁଗାଁ ବ୍ଲକ କୁ ୪୧୮ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ କୋଟି ୮୦ ଲକ୍ଷ ୨୭ ହଜାର ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ପାଇଁ ଦିଆଯାଇ ଥିଲା । ଏଥି ପାଇଁ ଆଜି ଚଳିତ ଆର୍ଥିକ ବର୍ଷରେ ସ୍ଥାନୀୟ ବ୍ୟାଙ୍କ ଗୁଡିକ ମିଶନ ଶକ୍ତିର ୪୧୨ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ୧୭ କୋଟି ୮୦ ଲକ୍ଷ ଟଙ୍କା ଋଣ ମଞ୍ଜୁର ହୋଇଛି। ତେଣୁ ସମସ୍ତ ବ୍ୟାଙ୍କ ମାର୍ଚ୍ଚ ମାସ ହୋଇ ଥିବାରୁ ଋଣ ମେଳା ରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଡମୀ ଚେକ ପ୍ରଦାନ କରିଥିଲେ। ଓଏଲଏମ ର ବିଏଲସି ଚୈତନ୍ୟ ସଗରିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ଏମବିକେ , ସିଆରପି , ଜିପିଏଲଏଫ ଓ ବିଏଲଏଫ କର୍ମୀ ସହଯୋଗ କରିଥିଲେ ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଭବାନିପାଟଣାରେ ଜିଲ୍ଲାସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ବଲାଙ୍ଗିର ରେ ଆଦିବାସୀ ଙ୍କ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

masiha

ନୂଆଗାଁର ହୁଟୁବସାହି ବିପର୍ଯ୍ୟସ୍ତ ରାସ୍ତା ନେଇ ଗ୍ରାମବାସୀ ହନ୍ତସନ୍ତ 

Sunil Chandra Nayak

Leave a Comment

error: Content is protected !!