ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵ ଗଣନା କାର୍ଯ୍ୟକ୍ରମ ର ଶୁଭାରମ୍ଭ 

ସ୍ଵ ଗଣନା କାର୍ଯ୍ୟକ୍ରମ ର ଶୁଭାରମ୍ଭ 

ଆସିକା, ୧/୪/୨୬ ( ଶିବ ଶଙ୍କର ମିଶ୍ର ) ସରକାରୀ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଧରାକୋଟ ରେ ସ୍ୱ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଚାର୍ଜ ଅଫିସର ତଥା ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ଚାର୍ଜ ଅଫିସର ତଥା ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ସୁପରଭାଇଜର ସୌରୀ ଶଙ୍କର ବେହେରା, ଗଣନାକାରି ମିନତି ପତ୍ରୀ,ଗୌରୀ କୁମାରୀ ରଥ, ଝରଣା ସେନାପତି,ସୁପର୍ଣ୍ଣା ପ୍ରଧାନ ଓ ରେବତୀ ସିଂ ପ୍ରମୁଖ ଧରାକୋଟ ର ବିଭିନ୍ନ ସାହିରେ ମୁଖିଆ ଶ୍ରେଣୀର ବ୍ୟକ୍ତି ମାନଙ୍କ ଗୃହ ଗଣନା ଆରମ୍ଭ କରିଥିଲେ। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସରପଞ୍ଚ ପୁନିଆ ଦାସ,ୱାର୍ଡ ସଭ୍ୟ ଅଶୋକ ଗୌଡ଼, ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ନାୟକ,ହୃଦାନନ୍ଦ ଜେନା, ସମାଜ ସେବୀ ନବଘନ ଭଞ୍ଜ ଙ୍କ ଘରୁ ସ୍ୱ ଗଣନା ବା ନିଜ ନିଜର ଗୃହ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସ୍ୱ ଗଣନା କାର୍ଯ୍ୟକ୍ରମ ରେ 37 ଜନ ସୁପର ଭାଇଯର,222 ଜନ ଗଣନାକାରି ନିୟୋଜିତ ରହିଛନ୍ତି। ଆଜିଠାରୁ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ଏହି ସ୍ୱ ଗଣନା କାର୍ଯକ୍ରମ ଚାଲିବ । ଗୃହକର୍ତ୍ତା ନିଜେ ନିଜର ଗୃହ ବିବରଣୀ ନିଜ ମୋବାଇଲରେ ସ୍ୱଇଚ୍ଛାରେ ଅପଲୋର୍ଡ କରିବେ । ଆସନ୍ତା 16 ତାରିଖ ରୁ ମେ ମାସ 15 ତାରିଖ ଭିତରେ ଗଣନାକାରି ମାନେ ଏହି ତଥ୍ୟର ବିବରଣୀ ତଦାରଖ କରି ନିଜ ମୋବାଇଲରେ ଆପଲୋର୍ଡ କରିବେ । ଏ ସମ୍ପର୍କରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ସହ ଯୋଗାଯୋଗ ବେଳେ ପ୍ରଥମେ ମୁଖିଆ ଲୋକଙ୍କ ସ୍ୱ ଗଣନା ଆରମ୍ଭ କରାଯାଇଛି କାରଣ ସେମାନେ ଅନ୍ୟାନ୍ୟ ଲୋକଙ୍କୁ ସଚେତନ କରିବେ ବୋଲି ପ୍ରକାଶ କରିଛନ୍ତି। ସ୍ୱ ଗଣନା ପରେ ଆସନ୍ତା ବର୍ଷ ଜନଗଣନା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Related posts

କଳାକାରମାନେ କାହାରି ଅବଜ୍ଞାର ପାତ୍ର ନୁହନ୍ତି : କଣ୍ଠଶିଳ୍ପୀ ଶୈଳଭାମା 

Sunil Chandra Nayak

ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ୱର 26 ରୁ 30 ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ

masiha

ବାଣପୁର ଏଜୁକେୟାର ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ !!!

Sunil Chandra Nayak

Leave a Comment

error: Content is protected !!