ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ

 ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର — ୦୧.୦୪.୨୦୨୬ — ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ 78 ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପଦକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଡିଜିପି ଏହି ପଦକ ପ୍ରଦାନ କରିଛନ୍ତି। 

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ଶ୍ରୀ ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଶ୍ରୀମତୀ ଏସ. ସାଇନି , ଆଇଜିପି (ଅପରେସନ) ଡଃ ଦୀପକ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡଃ ସାର୍ଥକ ଷଡଙ୍ଗୀ, ଡିଆଇଜିପି (ସ୍ଵତନ୍ତ୍ର ଗୁଇନ୍ଦା ଶାଖା) ଶ୍ରୀ ଅଖିଲେଶ୍ଵର ସିଂ, ଡିସିପି (ଭୁବନେଶ୍ଵର) ଶ୍ରୀ ଜଗମୋହନ ମୀନା, ଡିସିପି (କଟକ) ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସପି (ସ୍ପେଶାଲ ବ୍ରାଞ୍ଚ) ଶ୍ରୀ ସୁନିଲ କୁମାର ନନ୍ଦ, ଏସପି (ପୋଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀ) ଶ୍ରୀ ଅଶୋକ କୁମାର ଦେହୁରୀଙ୍କ ସମେତ ଏସଓଜିର 29 ଜଣ, ସ୍ପେଶାଲ ବ୍ରାଞ୍ଚର 7 ଜଣ, ଏସଆଇଡବ୍ଲୁ ର 10 ଜଣଙ୍କ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ। ଏଥିସହିତ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ରାଜ୍ୟର ସର୍ବଶ୍ରେଷ୍ଠ ପୋଲିସ ଥାନା ଭାବେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ବଡଗଡ ଥାନାର ଇନ୍ସପେକ୍ଟର ଶ୍ରୀ ବିମଳ କୁମାର କଅଁରଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

Related posts

୨୦ ବର୍ଷ ହେଲା ମାନସିକ ରୋଗୀ ଙ୍କୁ ସହ ଯୋଗ ର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

Sunil Chandra Nayak

ସଦର ବ୍ଲକ ଅନ୍ତର୍ଗତ ଚହ ଗାଁ ପଂଚାୟତ ର ଘଣ୍ଟବାହାଲି ଗ୍ରାମବାସି ମାନଙ୍କ ପାଇଁ ରାସ୍ତା ସାତସପନ !!

masiha

ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୫ ପାଳିତ

masiha

Leave a Comment

error: Content is protected !!