ଗୋଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉତ୍କଳ ଦିବସ ପାଳିତ
ଜୁନାଗଡ଼ (ମ ନି ସ ):-ଆଜି ଗୋଲାମୁଣ୍ଡା ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଉତ୍କଳ ଦିବସ ପାଳନ ସହିତ ନୂତନ ଶିକ୍ଷା ବର୍ଷ ର ଶୁଭାରମ୍ଭ ପାଇଁ ଏକ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ପରିଚାଳନା କମିଟିର ସମ୍ପାଦକ ଇନ୍ଦୁ ଭୂଷଣ ରାଉତ ଓ ଉପ ସଭାପତି ତଥା ସମାଜ ସେବି ଶ୍ୟାମ ସୁନ୍ଦର ଅଗ୍ରୱାଲ ସମେତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ। ଶ୍ୟାମ ସୁନ୍ଦର ଅଗ୍ରୱଲ ଉତ୍କଳ ଦିବସ ଅବସର ରେ ଛାତ୍ରଛାତ୍ରୀ , ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଉତ୍କଳ ପ୍ରଦେଶ ଗଠନ, ମହାପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ଙ୍କ ବିଷୟରେ ଉଦବୋଧନ ଦେଇ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ଦେବେ ବୋଳି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ ଯାହାଫଳରେ ଶିଶୁ ମାନଙ୍କ ମଧ୍ୟରେ ଆଗ୍ରହ ମନୋବଳ ଦେଖିବାକୁ ମିଳିଥିଲା । ଯଜ୍ଞ ରେ ଗାୟତ୍ରୀ ମନ୍ତ୍ର ପୂଜା , ପାଠ ଅର୍ଚ୍ଚନା ସହିତ ପୁଷ୍ପାଞ୍ଜଳୀ କରାଯାଇ ସମସ୍ତଙ୍କୁ ଭୋଗ ବଣ୍ଟନ କରାଯାଇ ଥିଲା ।
ଜଗ ଜୀବନ ସା ଙ୍କ ରିପୋର୍ଟ୍

