ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ଛତା ବଣ୍ଟନ

ରାଉରକେଲା/ ସଂପ୍ରତି ଇସ୍ପାତ ନଗରୀ ରାଉରକେଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୪ଡିଗ୍ରୀ ରହିଥିବା ବେଳେ ରାସ୍ତା କଡରେ ବସୁଥିବା ବୁଲା ବିକାଳୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲ ତରଫରୁ ” ବିଟ୍ ଦି ହିଟ୍ ଅଣ୍ଡର ଅମ୍ବ୍ରେଲା” ଛତା ତଳ, ଅଂଶୁଘାତ ପାଇଁ ବଳ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ପ୍ରାୟ ୫୦୦ଟି ଛତା ରାସ୍ତାକଡରେ ଥିବା ଦୋକାନୀ ଭାଇଙ୍କୁ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଗତ ମଇ ମାସ ୧ ତାରିଖ ଦିନ ଇସ୍ପାତ ହାଟ, ବାସନ୍ତୀ କଲୋନୀ, ପାନପୋଷ ବଜାର,୪ ତାରିଖ ଦିନ ଝିରପାଣି ହାଟ,୭ ତାରିଖ ଦିନ ଶକ୍ତିନଗର ବଜାର, ୮ ତାରିଖ ଦିନ ଛେଣ୍ଡ, ୯ ତାରିଖ ଦିନ ଡେଲିମାର୍କେଟ ଆଦି ଅଂଚଳରେ ରାସ୍ତା କଡରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଛତା ବଣ୍ଟନ କରାଯାଇଥିଲା। ” ସର୍ଭିସ୍ ବିଫୋର ସେଲ୍ଫ” ଆଗେ ସେବା ପରେ ନିଜ କଥା କୁ ଗୁରୁତ୍ୱ ଦେଉଥିବା ରୋଟାରୀ କ୍ଲବ ରାଉରକେଲା ସେଣ୍ଟ୍ରାଲର ସଭାପତି ରୋଟାରୀଆନ ଆର କିରଣ, ସ୍ମିତା ଆଥେୟା,ରବି ଦାସ,ବିଶ୍ବଜିତ ପତି, ଡଃ ସଞ୍ଜୟ ତିୱାରୀ,ପ୍ରଶାନ୍ତ ରାଉତରାୟ, ଡଃ ଦୀପ୍ତି କର, ଆଶିଷ ରଂଜନ, ରାଜେଶ ଅଗ୍ରୱାଲ, ରାଜେଶ ଗର୍ଗ,ବିକାଶ ପାଣ୍ଡେ, ଶୈଳେଶ ଅଗ୍ରୱାଲ,ଅରୁଣ ଅଗ୍ରୱାଲ, ନରେନ୍ଦ୍ର କେଡିଆ,ଅମ୍ରିତା ସରକାର, ସିଦ୍ଧାର୍ଥ ଦାସ, ସୁରେନ୍ଦ୍ର ଦାଶ, ଅବଦୁଲ ସଲାମ ପ୍ରମୁଖ ରୋଟାରୀଆନମାନେ ଛତା ଗୁଡିକୁ ବଣ୍ଟନ କରିଥିଲେ। ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ମନୋଜ ରଥ ଙ୍କ କବିତା ବିଶ୍ୱାସ ର ରଙ୍ଗ

ଚନ୍ଦ୍ରକଳା ଦେବୀ ଙ୍କ କବିତା ମାତୃରୂପିଣୀ ମା

କ୍ୟାବିନେଟ ନିଷ୍ପତ୍ତି : ୪ ଜିଲ୍ଲାର ୨୦ଟି ବ୍ଲକରେ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

Sunil Chandra Nayak

Leave a Comment

error: Content is protected !!