ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୈତ୍ର ଯାତ୍ରା ସମାପନ ପରେ ଅସୁବିଧା, ବୁଝିବାକୁ ପରିବହନ ମନ୍ତ୍ରୀ ଙ୍କ ତାରା ତାରିଣୀ ଗ୍ରସ୍ତ

ଚୈତ୍ର ଯାତ୍ରା ସମାପନ ପରେ ଅସୁବିଧା, ବୁଝିବାକୁ ପରିବହନ ମନ୍ତ୍ରୀ ଙ୍କ ତାରା ତାରିଣୀ ଗ୍ରସ୍ତ

ଆଜି ଅପରାହ୍ନରେ ପରିବହନଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ତାରାତାରିଣୀ ମନ୍ଦିର ଦର୍ଶନ କରି ଚୈତ୍ର ଯାତ୍ରା ସମାପ୍ତ ପରେ ଅସୁବିଧା ସୁବିଧା ବୁଝିବାକୁ ଯାଇଥିଲେ | ଖାଲି ସେତିକି ନୁହଁ ତାଙ୍କର ଦୁଇସହରୁ ଅଧିକ ସମର୍ଥକ ଧରି ମାଆ ଙ୍କ ପୀଠରେ ପହଞ୍ଚି ଥିଲେ | ମୁଖ୍ୟ ସେବାୟତ ବାପୁଜୀ ରଣା ମନ୍ତ୍ରୀ ଙ୍କୁ ମାଆଙ୍କ ପାଖକୁ ନେଇ ପୂଜାର୍ଚନା , ଆରତ୍ରିକ, ପୁଷ୍ପାଞ୍ଜଳି ଦେଈ ତାଙ୍କର ଆଶୀର୍ବାଦ ଭିକ୍ଷା କରିବା ସହ ମାଆଙ୍କ ପାଖରେ ଯାତ୍ରା ସମୟ ରେ କିଛି ତ୍ରୁଟି ହୋଇଥିଲେ କ୍ଷମା କରିବାକୁ ପାର୍ଥନା କରିଥିଲେ | ଏହାପରେ ମନ୍ଦିରରୁ ବାହାରି ବେଢ଼ା ପ୍ରଦକ୍ଷିଣ କରି ଠାକୁରାଣୀ ଙ୍କ ପାଖରେ ପ୍ରଣିପାତ କରିଥିଲେ | ମନ୍ତ୍ରୀଙ୍କ ଉପସ୍ଥିତି ରେ ଛତ୍ର ପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ଓ ପୁରୁଷୋତ୍ତମପୁର ଆଇ ଆଇସି କୁଳମଣୀ ସେଠୀ, ମନ୍ଦିର ପୂର୍ତ୍ତ ବିଭାଗ ଏସଡ଼ିଓ ସୁରେଶ କୁମାର ମିଶ୍ର, ଉପସ୍ଥିତ ଥିଲେ | ମନ୍ତ୍ରୀ ତାଙ୍କ ଦରମା ଅର୍ଥରୁ ମାଆଙ୍କୁ ଏକଲକ୍ଷ୍ ଟଙ୍କା ମନ୍ଦିର ଇ ହୁଣ୍ଡିକୁ ଦାନ କରିବା ସହ ତାଙ୍କର ସମର୍ଥକ ମାନେ ନିଜ ନିଜର ଶକ୍ତି ଅନୁସାରେ ଇହୁଣ୍ଡିକୁ ଦାନ କରିଥିଲେ | ଏହାଦ୍ୱାରା ଗଞ୍ଜାମ ଜିଲ୍ଲା ସହିତ ଓଡିଶା ରାଜ୍ୟ ଓ ରାଜ୍ୟ ବାହାର ଭକ୍ତ ମାନେ ଏହି ମାଆଙ୍କ ଇ ସ୍ମାର୍ଟ ସ୍କାନର ରେ ଅର୍ଥ ପଠେଇ ପାରିବେ | ଯାହାଦ୍ୱାରା ସବୁଠାରେ ମାଆଙ୍କ ହୁଣ୍ଡିକୁ ଭକ୍ତଙ୍କ ଦାନ ଅର୍ଥ ଆସିବାକୁ ସହଜ ଓ ସୁବିଧା ହୋଈ ପାରିବ ବୋଲି ମନ୍ତ୍ରୀ କହିଛନ୍ତି | ଏହାସହ ସେ ଉପଯୁକ୍ତ ସ୍ଥାନରେ ମନ୍ଦିର କାର୍ଯ୍ୟାଳୟ ଦୀପ ଘର ର ଉର୍ନ୍ନତି ସହ ସେବାୟତ ମାନଙ୍କ ନିମନ୍ତେ ଆଶ୍ରୟ ଘର, ର ନିର୍ମାଣ ମୁଖ୍ୟ ମନ୍ତ୍ରୀ ଙ୍କ ତାରାତାରିଣୀ ଙ୍କ ପୀଠରଉର୍ନତି ପାଇଁ ଦେଇଥିବା 30 କୋଟି ଟଙ୍କାରୁ କରିବାକୁ ପୂର୍ତ୍ତ ଏସଡ଼ିଓ ସୁରେଶ ମିଶ୍ରଙ୍କୁ କହିଥିଲେ | ଏବଂ ଏଠାରୁ ଚାଲିଥିବା ଚାରିଗୋଟି ପୀଠ ଯଥା କଲିକତା କାଳୀ, ଆସାମ କାମାକ୍ଷୀ, ବିମଳା ପୁରୀ, ପୀଠରୁ ତାରାତାରିଣୀ ଭୋଲବ ବସ ସେବା ବନ୍ଦ ହୋଇଯାଇଥିବାରୁ ତାର ପୁନଃ ପ୍ରଚଳନ, ଏବଂ ବ୍ରହ୍ମପୁର ଠାରୁ ମାଆଙ୍କ ପୀଠକୁ ଆସୁଥିବା ମୋ ବସ ସେବାକୁ ପୁଣି ଚାଲୁ କରିବା ଉପରେ ସାମ୍ବାଦିକ ଙ୍କ ପ୍ରଶ୍ନ ଉପରେ ତୁରନ୍ତ ଏହା କାର୍ଯ୍ୟ କାରୀ କରିବାକୁ କହିବାସହ ମୋବସ ସେବା ଚାଲିବା ପାଇଁ ଛତ୍ର ପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ ଙ୍କୁ ନିର୍ଦେଶ ଦେଇଥିଲେ | ମନ୍ତ୍ରୀ ଚୈତ୍ର ଯାତ୍ରା ପୂର୍ବରୁ ପ୍ରସ୍ତୁତି ବୈଠକ ରେ ମାଗଣା ଅନ୍ନ ପ୍ରସାଦ ବିତରଣ ଓ ଉପରକୁ ଯାଉଥିବା ବସଏବଂ ରୋପୱେ ଟିକଟରେ କିଛିକମ କରିଥିବାରୁ ଯାତ୍ରା କୁ ଆସିଥିବା ଭକ୍ତ ମାନେ ବହୁତ ଖୁସି ବ୍ୟକ୍ତ କରିଥିବାର ଶୁଣିବାକୁ ମିଳିଥିଲା | କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ଅଜଗର ସାପ ଗିଳିଦେଲା ଛେଳିକୁ

masiha

୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ରୂପାନ୍ତରିତ ଓଡ଼ିଶା ର ସଚେତନତା କାର୍ଯକ୍ରମ 

masiha

Leave a Comment

error: Content is protected !!