ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ-୨୦୨୬ର ଶୁଭାରମ୍ଭ

ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ-୨୦୨୬ର ଶୁଭାରମ୍ଭ

ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ୧୦,୧୩୪ ଶିଶୁ

ଢେଙ୍କାନାଳ ତା.୪.୦୪.୨୦୨୬: ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସାରା ରାଜ୍ୟରେ ବିଦ୍ୟାଳୟରେ ଶିଶୁମାନଙ୍କ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।ଏହି ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ସ୍ଥାନୀୟ ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି ଉତ୍ସବରେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ,ଓଡ଼ିଶା ସରକାର,ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କର ବିଦ୍ୟାରମ୍ଭ କରିଥିଲେ।ବିଦ୍ୟା ମହାଧନ ଅଟେ,ସମସ୍ତଙ୍କୁ ଶିକ୍ଷା ପ୍ରଦାନକରିବା ଆମର ଲକ୍ଷ୍ୟ ହେବା ଉଚ଼ିତ ବୋଲି ପ୍ରକାଶ କରିଥିଲେ।ଶିକ୍ଷିତ ମାନେ ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିିବେ।ସମସ୍ତେ ଶିକ୍ଷିତ ହେଲେ ଜ୍ଞାନ ଓ ବିଜ୍ଞାନର ଦ୍ରୁତ ବିକାଶ ହେବ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ।ସାର୍ବଜନୀକ ଶିକ୍ଷା ନିମନ୍ତେ ସରକାର ସଂକଳ୍ପବଦ୍ଧ,ଏଥି ନିମନ୍ତେ ଗୁରୁଜୀମାନଙ୍କ ଦାୟୀତ୍ବ ଖୁବ ଅଧିକ।ପଢ଼ିଲେ ଜାଣିବା,ଜାଣିଲେ ଜିଣିବା ବୋଲି ମତବ୍ୟକ୍ତ କରି ମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅତିଥିମାନେ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ବିଦ୍ଯାରମ୍ଭ କରାଇଥିଲେ।ଅନ୍ୟ ମାନ୍ୟଗଣ ଅତିଥିମାନଙ୍କ ମଧ୍ୟରେ ଆଶିଷ ଈଶ୍ୱର ପାଟିଲ,ଜିଲ୍ଲାପାଳ, ଢ଼େଙ୍କାନାଳ,ଜିଲ୍ଲାପରିଷଦ ଅଧ୍ୟକ୍ଷା,ଅର୍ଚ୍ଚନା ପୁହାଣ, ଅଧ୍ୟକ୍ଷା,ଢେଙ୍କାନାଳ ପୌରପାଳିକା,ଜୟନ୍ତୀ ପାତ୍ର, ବ୍ଲକ୍ ଅଧ୍ୟକ୍ଷ,କାଳନ୍ଦୀ ବାରିକ,ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ବ୍ରହ୍ମୋତ୍ରୀ ବିଶ୍ୱାଳ, ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ତହସିଲଦାର,ସଦର,ସ୍ୱାଧୀନ କୁମାର ବେହେରା, ଅଧ୍ୟକ୍ଷ,ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ,ଢ଼େଙ୍କାନାଳ, ଲକ୍ଷ୍ମଣ ସାହୁ,ଗୋଷ୍ଠୀ ଶିକ୍ଷା ଅଧିକାରୀ,ସଦର ବ୍ଲକ୍ ଦିବ୍ୟ ପ୍ରକାଶ ପ୍ରଧାନ,କ୍ଷୁଦ୍ର ନାଟକ ଲେଖକ ଓ ନିର୍ଦ୍ଦେଶକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ମାନ୍ୟଗଣ ଅତିଥିମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାନ୍ୟଗଣ ଅତିଥିଗଣ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଶିକ୍ଷାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବ୍ଲକ୍ ରେ ଏହି ପରି ୮ ଗୋଟି ଶିକ୍ଷା ସଚେତନତା ରଥ ଅପ୍ରେଲ ୪ ରୁ ୧୦ ଯାଏଁ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ପରିକ୍ରମା କରିବ।ଉଲ୍ଲେଖଯୋଗ୍ୟ ଯେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରୀ,ଛାତ୍ରମାନଙ୍କୁ ଆଜି ବିଦ୍ୟାଳୟ ଆସିବା ନିମନ୍ତେ ସେମାନଙ୍କ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା।ବିଦ୍ୟାଳୟ ପରିସରରେ ହୋଇଥିବା ରଙ୍ଗର ଦୂନିଆ, ଗପ ରାଇଜ ଓ ଖେଳଘର ଷ୍ଟଲକୁ ଅତିଥିମାନେ ଉଦ୍ ଘାଟନ କରି ପରିଦର୍ଶନ କରିଥିଲେ।ଜିଲ୍ଲାରେ ଶିଶୁ ବାଟିକାରେ ୮,୭୮୨ ଜଣ ଏବଂ ପ୍ରଥମ ଶ୍ରେଣୀରେ ୧,୩୫୨ ଜଣ,ସମୁଦାୟ ମୋଟ୍ ୧୦,୧୩୪ ଜଣ ଶିଶୁଙ୍କର ନାମ ଲେଖାଯିବ ବୋଲି ଜଣାଯାଇଛି।ପିତାମାତାଙ୍କୁ ସଚେତନ କରାଇବା ପାଇଁ ସମଗ୍ର ଶିକ୍ଷା ତରଫରୁ ପ୍ରଦାନ କରାଯାଉଥିବା ସୁବିଧା ସୁଯୋଗ ସମ୍ବନ୍ଧୀୟ ଲିଫ୍ ଲେଟ୍ ତଥା ପ୍ରଚାରପତ୍ର ବଣ୍ଟନ କରାଯାଇଅଛି।ଏହି ଅବସରରେ ପି.ଏମ୍.ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ନାମ ଲେଖାଇବାକୁ ଥିବା ୮ ଜଣ ଶିଶୁଙ୍କୁ ମାନ୍ୟବର ଅତିଥିମାନେ ଖଡ଼ି ଛୁଆଁଇ ସେମାନଙ୍କର ବିଦ୍ୟାରମ୍ଭ କରିଥିଲେ।କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ,ସଦର ବ୍ଲକ୍ ଦିବ୍ୟ ପ୍ରକାଶ ପ୍ରଧାନ,କ୍ଷୁଦ୍ର ନାଟକ ଲେଖକ ଓ ନିର୍ଦ୍ଦେଶକ ତଥା ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋଜ ରଞ୍ଜନ ଦଳେଇ, ବରିଷ୍ଠ ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀତାବାଳା ଷଡ଼ଙ୍ଗୀ,ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ତଥା କ୍ଷୁଦ୍ର ନାଟକର ଯୁଗ୍ମ ଲେଖିକା ଓ ନିର୍ଦ୍ଦେଶିକା ଡ. ଅନୁପମା ମିଶ୍ର,ନୃତ୍ୟ ନିର୍ଦ୍ଦେଶକ ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ତଥା କର୍ମଚାରୀ ବୃନ୍ଦ,ସମଗ୍ର ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳର ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା ଶୁଭାଶିଷ ସାହୁ,ଯତୀନ୍ଦ୍ର ପ୍ରାସାଦ କର, ମନୋହର ଶତପଥୀ,ରାଜେନ୍ଦ୍ର ପ୍ରସାଦ ଦାସ,ଅଶୋକ କୁମାର ସାହୁ,ଦୀପକ କୁମାର ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଓ ସଦର ବ୍ଲକ୍ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକବୃନ୍ଦ ସହଯୋଗ କରିଥିଲେ।ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଆଲୁମିନି ଆସୋସିଏସନ୍ ର ସଭାପତି ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ରଙ୍କ ପ୍ରତିନିଧି,ବିଦ୍ୟାଳୟ ଯୋଜନା କମିଟି,କର୍ମକ୍ଷେତ୍ରରେ ବାଳିକା ଓ ମହିଳା କର୍ମଚାରୀଙ୍କ ପାଇଁ ଗଠିତ ଅନ୍ତରୀଣ କମିଟି ସଦସ୍ୟ, କ୍ଷୁଦ୍ର ନାଟକ ଲେଖକ ଓ ନିର୍ଦ୍ଦେଶକ ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ତଥା କ୍ଷୁଦ୍ର ନାଟକର ଯୁଗ୍ମ ଲେଖିକା ଓ ନିର୍ଦ୍ଦେଶିକା ଡ.ଅନୁପମା ମିଶ୍ର,ନୃତ୍ୟ ନିର୍ଦ୍ଦେଶକ ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ତଥା କର୍ମଚାରୀ ବୃନ୍ଦଙ୍କ ମିଳିତ ଚେଷ୍ଟାରେ କାର୍ଯ୍ୟକ୍ରମ ଅନ୍ତିମ ଭାଗରେ ବିଦ୍ୟାଳୟର ଅର୍ଦ୍ଧ ଶତାଧିକ ଛାତ୍ରୀ, ଛାତ୍ରମାନଙ୍କ ଦ୍ୱାରା ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ ଦଳଗତ ନୃତ୍ୟ,ସଙ୍ଗୀତ ଓ କ୍ଷୁଦ୍ର ନାଟକ ପ୍ରଦର୍ଶନ କାର୍ଯ୍ୟକ୍ରମ ” ଚାଲ ସ୍କୁଲ୍ ଯିବା,ଖଡ଼ି ଛୁଇଁବା,ଆମ ଭବିଷ୍ୟତ ଆମେ ଗଢ଼ିବା ” ଦର୍ଶକ ମଣ୍ଡଳୀ ଦ୍ବାରା ବେଶ୍ ଉପଭୋଗ୍ୟ ହୋଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ଯତୀନ୍ଦ୍ର ପ୍ରାସାଦ କର ସମସ୍ତ କାର୍ଯ୍ୟକ୍ରମରେ ସୁନ୍ଦର ଆକର୍ଷଣୀୟ ମଞ୍ଚ ସଂଯୋଜନା କରିଥିଲେ।ବ୍ରହ୍ମୋତ୍ରୀ ବିଶ୍ୱାଳ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ଢେଙ୍କାନାଳ ଧନ୍ୟବାଦ ଅର୍ପଣ କରିଥିଲେ।

  ଡ଼ା. ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ଟାଙ୍କି ଅଛି , ପାଣି ନାହିଁ ବସୁଧା ଯୋଜନା କାହାପାଇଁ?

masiha

ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

masiha

ଗୋତୋମୁଣ୍ଡା ଠାରେ ନୂତନ ପେକ୍ସ ଗଠନ ନେଇ ଚାଷି ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!