ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୀମାନ୍ତ ସାହିତ୍ୟ ପରିବାର ତରଫରୁ ଭାଷା ଓ ସଂସ୍କୃତିଭିତ୍ତିକ ପ୍ରତିଯୋଗିତା

ସୀମାନ୍ତ ସାହିତ୍ୟ ପରିବାର ତରଫରୁ ଭାଷା ଓ ସଂସ୍କୃତିଭିତ୍ତିକ ପ୍ରତିଯୋଗିତା

ନବରଙ୍ଗପୁର:(ତା : ୪.୪.୨୬)( ରବି ନାରାୟଣ ମହାନ୍ତି)ସ୍ଥାନୀୟ ରାଜା ଚୈତନ୍ୟଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସୀମାନ୍ତ ସାହିତ୍ୟ ପରିବାର ” ଆନୁକୂଲ୍ୟରେ ଆନ୍ତଃ ଉଚ୍ଚ ବିଦ୍ୟାଳୟ ଏବଂ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତି ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା : ଓଡ଼ିଆ ଶୁଦ୍ଧ ବନାନ ଲିଖନ, ଓଡ଼ିଆ କୁଇଜ, ଓଡ଼ିଆ କ୍ଷୁଦ୍ର ଗଳ୍ପ ଓ କବିତା, ଓଡ଼ିଆ ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ ଏବଂ ନବରଙ୍ଗପୁର ସଂସ୍କୃତି ଭିତ୍ତିକ ଚିତ୍ରାଙ୍କନ ରେ ପ୍ରତିଯୋଗିତା କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ପ୍ରାୟ 100 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ lଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ଆସନ୍ତା ଏପ୍ରିଲ ୧୪,ବିଷୁବ ସୀମାନ୍ତ ସାହିତ୍ୟ ତଥା ଓଡ଼ିଆ ନବ ବର୍ଷ ଉତ୍ସବରେ ପୁରସ୍କୁତ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୀମାନ୍ତ ସାହିତ୍ୟ ପରିବାରର ଅଶୋକ ପଟନାୟକ, ଜି. ଭେଙ୍କେଟ ରେଡ୍ଡୀ, ସୁରେଶ ମିଶ୍ର, ରାମକୃଷ୍ଣ ପାତ୍ର, ରଘୁନାଥ ଶତପଥୀ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଆଶୁତୋଷ ପାତ୍ର,ବସନ୍ତ ବେନ୍ୟା, ପି. ରବିକାନ୍ତ ରଘୁରାମ, ଦୁର୍ଗା ପ୍ରସାଦ ପାଢ଼ୀ ପରିଚାଳନା କରିଥିବା ବେଳେ ଶ୍ରୀ ପର୍ଶୁରାମ ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ଏବଂ ସଂଯୁକ୍ତା ପଣ୍ଡା, ଦିଲୀପ କୁମାର ଦାଶ ଏବଂ ଡି. ସି. ବି. ବ୍ୟାଙ୍କ ଶାଖା ପରିଚାଳକ ପ୍ରମୁଖ ପୃଷ୍ଠ ପୋଷକତା କରିଥିଲେ l

Related posts

ବିଦ୍ୟାଳୟରେ ଜାତିଆଣ ଆକ୍ଷେପ ଅଭିଯୋଗ 

Sunil Chandra Nayak

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ଫଦ ମେଳା ୨୦୨୫ ଉପଲକ୍ଷେ ଉଦ୍ଧଘାଟନ ହୋଇଯାଇଛି 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!