ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିରର ନୂତନ କମିଟି ଗଠନ ପ୍ରସ୍ତୁତି ବୈଠକ 

ଶ୍ରୀ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିରର ନୂତନ କମିଟି ଗଠନ ପ୍ରସ୍ତୁତି ବୈଠକ 

ବ୍ରହ୍ମପୁର,ତା ୦୫/୦୪ ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗୋସାଇଁନୂଆଗାଁ ନେହେରୁ ନଗର ୯ ମ ଲେନ୍ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିର ର ନୂତନ କମିଟି ଗଠନ କରାଯାଇଛି । ମନ୍ଦିରର ଉନ୍ନତି ସହ ଅଗ୍ରଗତି କିଭଳି ହୋଇପାରିବ ତାହା ବିଷୟରେ ସଦସ୍ୟ ମାନେ ବିସ୍ତୃତ ଆଲୋଚନା କରିଥିଲେ । ଏହାସହ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା “ହନୁମାନ ଜୟନ୍ତୀ” ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ହନୁମାନ ଜୟନ୍ତୀ ଅବସରରେ ଦୁଇ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ନିମନ୍ତେ “ପ୍ରସାଦ ସେବନ ସହ ୧୦୮ ହନୁମାନ ଚାଳିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଏହା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ରାଜେନ୍ଦ୍ର ପ୍ରସାଦ ପଣ୍ଡା – ସଭାପତି, ସରୋଜ କୁମାର ସାହୁ – ଉପସଭାପତି, ସୁକାନ୍ତ କୁମାର ପଣ୍ଡା – ସମ୍ପାଦକ, ମୋନଜ ସାହୁ – ଯୁଗ୍ମ ସମ୍ପାଦକ, ଶିବ ପ୍ରସାଦ ପଣ୍ଡା – କୋଷାଧ୍ୟକ୍ଷ, ରାମଚନ୍ଦ୍ର ସାହୁ – ସହ କୋଷାଧ୍ୟକ୍ଷ, ଜଗଦୀଶ ପାଣିଗ୍ରାହୀ ଏବଂ ପ୍ରମୋଦ ଚୈାଧୁରୀ – ଉପଦେଷ୍ଟା, ସୁଦର୍ଶନ ମହାଙ୍କୁଡ଼, ମୋଦନ ମୋହନ ପାତ୍ର, ମାନଭଞ୍ଜନ ପଟ୍ଟନାୟକ – ଆଇନ୍ ପରାମର୍ଶଦାତା, ସୁନିଲ କୁମାର ସାହୁ, ଅଶ୍ୱିନୀ କୁମାର ପଟ୍ଟନାୟକ, ସୁଶାନ୍ତ ଚୈାଧୁରୀ, ଅମୀୟ ଦାସ, କପିଳାସ ଚୈାଧୁରୀ, ଆଶିଷ କୁମାର ପଣ୍ଡା, ହିମାଂଶୁ ନନ୍ଦି, ଶରତ ପାଳ, ବିନୋଦ ସିଂ, କୈଳାସ ଚୈାଧୁରୀ, ପ୍ରଫୁଲ୍ଲ କୁମାର ପାଢ଼ୀ – କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କେଦାର ପାଣିଗ୍ରାହୀ, ସୈାମେନ୍ଦ୍ର ମିଶ୍ର, ରାକେଶ ପଣ୍ଡା, ଅନିଲ ପାଣିଗ୍ରାହୀ, ମଧୂସୁଦନ ସାହୁ, ମହେଶ ଚନ୍ଦ୍ର ପାତ୍ର, ସୁନିଲ ପାଣିଗ୍ରାହୀ, ଏସ୍. ଶ୍ରୀନିବାସ, କୃଷ୍ଣ ଚନ୍ଦ୍ର ଚୈାଧୁରୀ, ବାସୁଦେବ ମହାଙ୍କୁଡ଼ ପ୍ରମୁଖଙ୍କ ସମେତ ମନ୍ଦିରର ପୂଜକ ବିଜୟ କୁମାର ଦାସ ଉପସ୍ଥିତ ଥିଲେ ।

Related posts

ବାଲିଗୁଡ଼ା ଆଦର୍ଶ ପୋଖରୀରେ ବୋଟିଂ ବ୍ୟବସ୍ଥା ଓ କଲେଜ ନିକଟରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ଉଦଘାଟିତ

masiha

ଭବାନୀପାଟଣାସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ରେ ୭୯ ତମ ସ୍ବାଧିନତା ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

ପୁସ୍ତକ ମେଳାର ଦ୍ୱିତୀୟ ଦିବସ…ଉତ୍କଳ ଗୀତିକବି ସମାଜ ର ସାହିତ୍ୟ ସଂଧ୍ୟା ….

Sunil Chandra Nayak

Leave a Comment

error: Content is protected !!