ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଁ ଠାକୁରାଣୀଙ୍କ ନବ ଦିନାତ୍ମକ କଳସୀ ଯାତ୍ରା ଶେଷ

ମାଁ ଠାକୁରାଣୀଙ୍କ ନବ ଦିନାତ୍ମକ କଳସୀ ଯାତ୍ରା ଶେଷ

ଡାବୁଗାଁ, ୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ସଦର ମହକୁମାସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ, ଠାକୁରାଣୀଙ୍କ ନବ ଦିନାତ୍ମକ କଳସୀ ଯାତ୍ରା ସୋମବାର ଦିନ ବେସ ଧୂମଧାମରେ ଶେଷ ହୋଇଯାଇଛି | ମାର୍ଚ୍ଚ ୨୯ ତାରିଖ ଦିନ ମାଁ ଠାକୁରାଣୀ ଆଗମନ କରି ମେଦନା ପଞ୍ଚାୟତ ଅଧୀନରେ ଥିବା ବାଉଁଶବେଡା, ବରାଯୋଡି, ଲାଞ୍ଜିଆଗୁଡା, ଈଶ୍ୱରଗୁଡା ଆଦି ଗ୍ରାମ ଗୁଡିକ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ସହିତ ତାଙ୍କ ତାଙ୍କ ହସ୍ତରୁ ଭୋଗରାଗ ଗ୍ରହଣ କରିବା ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଆଶୀର୍ବାଦ କରିଥିଲେ | ବର୍ଷକ ପରେ ମାଁଙ୍କ ଆଗମନ ହୋଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବେସ ଆନନ୍ଦିତ ହେବା ସହିତ ଘରେ ଘରେ ମାଁଙ୍କ ପୂଜାର୍ଚ୍ଚନା କରାଯାଇଥିଲା | କଳସୀ ଉତ୍ସବର ଶେଷ ଦିନରେ ମାଁଙ୍କ ପୂଜାରୀ ଦିବାକର ପୂଜାରୀ ମାଁଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହିତ ମାଁଙ୍କୁ ବିଦାୟ ଜଣେଇଥିଲେ | ପ୍ରତିବର୍ଷ ଭଳି ଗ୍ରାମବାସୀ କଳସୀ ଯାତ୍ରା ପୂର୍ବରୁ ଏକ ବୈଠକ କରି ମାଁ ଠାକୁରାଣୀ ପୂଜା କମିଟି ଗଠନ କରି ଶାନ୍ତି ଶୃଙ୍ଖଳାର ସହ କଳସୀ ଯାତ୍ରା ଶେଷ କରିଥିବା ଦେଖିବାକୁ ମିଳିଥିଲା | ଏହି ଅବସରରେ କମିଟି ତଥା ଗ୍ରାମବାସୀଙ୍କ ପକ୍ଷରୁ ନଅ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା |ଶେଷ ଦିନ ରାତ୍ରିରେ ମଧ୍ୟ ଗୋଟେ ଦେଶିଆ ନାଟକର ଆୟୋଜନ କରାଯାଇଥିଲା | ମାଁଙ୍କ ବିଦାୟ ଦିବସରେ ଭକ୍ତ ଓ ଶ୍ରଦ୍ଧାଳୁ ସମସ୍ତେ ମାଁଙ୍କ ମନ୍ଦିର ଠାରୁ କଳସୀ ମଣ୍ଡପ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି କଳସୀ ମନ୍ଦିର ଠାରେ ମାଁଙ୍କ କଳସୀ ସବୁ ସ୍ଥାପନ କରିବା ସହ ମାଙ୍କୁ ବିଦାୟ ଦେଇଥିଲେ |ଶେଷ ଦିନରେ କଳସୀ ମନ୍ଦିର ପରିସରରେ ଉଠା ଦୋକାନୀ ସାଙ୍ଗକୁ ଜନସାଧାରଣଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା | ଏହି ଶେଷ ଦିନରେ ମାଁ ଠାକୁରାଣୀ ଙ୍କ ଦର୍ଶନ ନିମନ୍ତେ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ବ୍ଲକ କଂଗ୍ରେସ ସଭାପତି ଜି.ସାଇରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ଏମ୍. ଆପ୍ପା ରାଓ, ବାବି ଜେନା ପ୍ରମୁଖ ଉପସ୍ଥିତ ଥିଲେ | ମାଁ ଠାକୁରାଣୀ ପୂଜା କମିଟିର ସଭାପତି ମଧୁ କଲାର, ଉପ ସଭାପତି ଭକ୍ତବନ୍ଧୁ ମାଝୀ, କୋଷାଧ୍ୟକ୍ଷ ଯୁଧେଷ୍ଟି ମାଝୀ, ସମ୍ପାଦକ ଡାକୃଷି କଲାର, ସହ ସମ୍ପାଦକ କେଶବ ଭତରା, ଦୁର୍ଯ୍ୟ, କୁନା, ଗୋକୁଳ, କ୍ଷମା, ସୁଶାନ୍ତ, ପର୍ଶୁରାମ,ଟିକନ, ପରମେଶ୍ୱର, କମଲୋଚନ ଓ ଅନ୍ୟାନ୍ୟ ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀ ମଧ୍ୟରେ ହିରଣ୍ୟ ମାଝୀ, ବଂଶୀଧର ମାଝୀ, ଶଶୀଧର ମାଝୀ, ପୁସ୍ତମ ମାଝୀ, ଜଗନ୍ନାଥ ମେହେର ପ୍ରମୁଖ ଉପସ୍ଥିତ ରହି ନଅ ଦିନ ଯାଏ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଳାସିନୀ ପୃଷ୍ଟି ଙ୍କ ଉପସ୍ଥାପନା // ମହା ଶିବରାତ୍ରି ଜାଗର 

Sunil Chandra Nayak

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ : ଚର୍ଚ୍ଚାରେ ୧୭ଫୁଟିଆ ଗଣେଷ ମୂର୍ତ୍ତି ପୂଜା

masiha

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ (ଗଡ୍ରା) ବା ଟୋକିମରା ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!