ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ମଧୁବାବୁ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ପରିପ୍ରେକ୍ଷୀରେ ମଧୁବାବୁ ମଣ୍ଡଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ରାଉରକେଲା : ରାଜ୍ୟର ନିର୍ଦ୍ଦେଶ ଅନୁଯାୟୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ରଘୁନାଥପଲ୍ଲୀ ବିଧାନସଭାର ମଧୁବାବୁ ମଣ୍ଡଳର ପ୍ରଶିକ୍ଷଣ ଶିବିର ମଣ୍ଡଳ ସଭାନେତ୍ରୀ ମମତା ରାଉତଙ୍କ ତତ୍ତ୍ଵାବଧାନ ଓ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇ ଦିନିଆ ଶିବିର ଏପ୍ରିଲ ୪ ଓ ୫ ତାରିଖରେ ସେକ୍ଟର ୮ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖପାତ୍ର ତଥା ବରିଷ୍ଠ ନେତା ଗଙ୍ଗାଧର ଦାଶ ଯୋଗଦାନ କରି ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଏହି ପ୍ରଶିକ୍ଷଣରେ ମାନ୍ୟବର ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଜଗବନ୍ଧୁ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ନିରଞ୍ଜନ ମାହାତୋ, ଜିଲ୍ଲା ସମ୍ପାଦକ ପ୍ରଣତାପ ଦାସ, ସୋସିଆଲ ମିଡିଆ ସଂଯୋଜକ ନବୀନ ଗୁପ୍ତା ଆଦି ବିଭିନ୍ନ ବିଷୟ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ ଓ ନମ୍ରତା ବାଗ,ସୁବ୍ରତ ପଟ୍ଟନାୟକ, ପ୍ରଭାସ ସାମଲ, ରବୀନ୍ଦ୍ରନାଥ ବାରିକ ତାରକାନାଥ ମହାପାତ୍ର, ଅଜୟ ପାତ୍ର,ଅଜୟ ରାଉତ୍,ଅଜୟ ରାୟ , ମନୋଜ ପଟ୍ଟନାୟକ, ସୁଶିଲ ସେଠୀ ନିରଞ୍ଜନ ଧଳ, ବିଶ୍ଵନାଥ ଆୟିଚିଙ୍କ ସମେତ ବହୁ ଆପେଖିତ୍ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏକ୍ସ କ୍ୟାଡର୍ ଶିକ୍ଷକ ସଂଘ ତରଫରୁ ସହାୟତା ରାଶି ପ୍ରଦାନ 

Sunil Chandra Nayak

ଚଇତି କ୍ରୀଡା ମହୋତ୍ସବରେ ମିନି ମାରାଥନ୍‌,ରାଜପଥରେ ଦୈାଡିଲା ରାୟଗଡା

Sunil Chandra Nayak

କେନାଲ ପାଣି ରେ ଭାସି ଗଲେ ବ୍ୟକ୍ତି , ୧୫ ଘଣ୍ଟା ପରେ ଶବ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!