ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ଅଫିସରଙ୍କର ସ୍ଵର୍ଣଜୟନ୍ତୀ ପାଳନ ଓ ବନ୍ଧୁ ମିଳନ.

ପୋଲିସ ଅଫିସରଙ୍କର ସ୍ଵର୍ଣଜୟନ୍ତୀ ପାଳନ ଓ ବନ୍ଧୁ ମିଳନ.

ରାଉରକେଲା/କଟକ: ୧୯୭୬ ମସିହାରେ ଓଡିଶା ପୋଲିସ ବେତାର ବିଭାଗରେ ଯୋଗ ଦେଇଥିବା ଅଫିସରମାନଙ୍କର ପଚାଶ ବର୍ଷ ପୂର୍ତ୍ତି ଉତ୍ସବ କଟକର ମହାନଦୀକୂଳସ୍ଥ ଚହଟାଘାଟସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଭ୍ଯମାନେ ଏହି ଉତ୍ସବରେ ଯୋଗଦାନ କରିଥିଲେ। ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସଭ୍ଯମାନେ ସପତ୍ନୀକ ଉପସ୍ଥିତ ରହି ଅତୀତର ସ୍ମୃତିଚାରଣ କରିବା ସହିତ ଦିବଙ୍ଗତ ସଦସ୍ୟମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ଯଅତିଥି ରୂପେ ପୋଲିସ ବିଭାଗର ଅବସରପ୍ରାପ୍ତ ଅଧ୍ୟକ୍ଷ ଚୈତନ୍ୟ ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ପନ୍ଦର ଖଣ୍ଡ ପୁସ୍ତକ ରଚନାକରି ସୁଖ୍ୟାତି ଅର୍ଜନ କରିଥିବା ବେତାର ବିଭାଗର ପୂର୍ବତନ ଅଫିସର ଦୁର୍ଗାପ୍ରସାଦ ପରିଡାଙ୍କୁ ମାନପତ୍ର,ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଡଃ ସୁମନ ଦତ୍ତ ନିଜ ଭାଷଣରେ ଏହି ବୟସରେ କିପରି ନିଜର ଏବଂ ନିଜ ପତ୍ନୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇ ନିରାମୟ ଜୀବନ ଯାପନ କରି ପାରିବେ ସେ ବିଷୟରେ ବର୍ଣ୍ଣନା କରିଥିଲେ। ନିରଞ୍ଜନ ରାଉତ ବିଭିନ୍ନ ଗଳ୍ପର ଉଦାହରଣ ଦେଇ ସମ୍ମୁଖୀନ ହେଉଥିବା ବୃଦ୍ଧକାଳୀନ ସମସ୍ଯାଗୁଡିକର କିପରି ସହଜରେ ସମାଧାନ କରିହେବ, ସେହି ବିଷୟରେ ଆଲୋକପାତ କରିଥିଲେ। ସର୍ବଶ୍ରୀ ରଜନୀକାନ୍ତ ନାୟକ, ରମେଶ ଚନ୍ଦ୍ର ପରିଡା, ବସନ୍ତ କୁମାର ନାୟକ, ବାବାଜୀ ଚରଣ ଚୌଧୁରୀ, ଅବକାଶ ଜେନା, ଅଲେଖ ଚନ୍ଦ୍ର ଜେନା, ଗଣନାଥ ପଟ୍ଟନାୟକ, ରଥ ନାୟକ, ଜାନକୀବଲ୍ଲଭ ପଟ୍ଟନାୟକ, ଲକ୍ଷ୍ମୀଧର ପ୍ରହରାଜ ପ୍ରମୁଖ ନିଜ ନିଜ ଭାଷଣରେ ବିଭିନ୍ନ ବିଷୟରେ ସ୍ମୃତିଚାରଣ କରି ପରିବେଶକୁ ଭାବଗମ୍ଭୀର କରି ଦେଇଥିଲେ। ଧନ୍ୟବାଦ ଅର୍ପଣ ପରେ ପ୍ରସାଦ ସେବନ କରି ସଭା ସାଙ୍ଗ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ୟା ପରିସ୍ଥିତିରେ କୃଷକଙ୍କ ସହାୟତା ପାଇଁ ‘କୃଷି ସମୃଦ୍ଧି ହେଲ୍ପଲାଇନ୍’ ଚାଷଜନିତ ସମସ୍ୟାର ସମାଧାନ ପାଇଁ ଟୋଲ୍-ଫ୍ରି ନମ୍ବର ୧୫୫୩୩୩ରେ ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଯୋଗାଯୋଗ କରିପାରିବେ 

Sunil Chandra Nayak

ନୂତନ ଭାରତର ନୂତନ ଆଇନ ସମ୍ପର୍କରେ ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

masiha

ବିଧବା ମହିଳା ପେନସନ ପାଇବାରେ ବିଳମ୍ବ

Sunil Chandra Nayak

Leave a Comment

error: Content is protected !!