ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ 

ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ 

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଓଡିଆ ପକ୍ଷ ପାଳନ ଅବସରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ଛାତ୍ର ମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟନ କରାଯାଇଛି | ଏହି ଅବସରରେ ସରକାରୀ ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ପରିଡା ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଜିଲା ସଂସ୍କୃତି ଅଧିକାରୀ ଘାସିରାମ ସୁନା, ସମ୍ମାନୀତ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ଥିବା ବେଳେ ଶିକ୍ଷକ ଅଜିତ ଷଡଙ୍ଗୀ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ଦିବସ ଉପରେ ମୁଖ୍ୟ ଅତିଥି ବକ୍ତବ୍ୟରେ ଛାତ୍ରୀ ଛାତ୍ର ମାନଙ୍କୁ ସୂଚନା ଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାହୁ ” ଆସ ପାଠ ପଢିବା, ସ୍କୁଲ୍ ଯିବା “ଉପରେ କବିତା ଗାନ କରିବା ସହିତ ଛାତ୍ରୀ ଛାତ୍ର ମାନଙ୍କୁ କବିତା କୁ ଦୋହରାଇ ସ୍କୁଲ ଯିବା ଉପରେ ସଚେତନ ସୃଷ୍ଟି କରାଇଥିଲେ l ପରେ ବର୍ଣ୍ଣବୋଧ ଓ ଶିଶୁ ଲେଖା ବହି ବଣ୍ଟନ କରାଯାଇଥିଲା l ସେହିପରି ମାଝୀଗୁଡ଼ା” କ “ପ୍ରାଥମିକ ବିଦ୍ୟାଳୟ, ଚେରଚେଟିଆଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଅନୁରୂପ ପାଳନ କରାଯାଇଛି।

  ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୀଲମ ଫାଉଣ୍ଡେସନ ତରଫରୁ ଗୁରୁଦିବସ ପାଳନ

masiha

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

ବୁଢ଼ାରଜା ହାଇସ୍କୁଲର କର୍ମଚାରୀ ଙ୍କ ଅକାଳ ବିୟୋଗ

Sunil Chandra Nayak

Leave a Comment

error: Content is protected !!