ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରନ୍ଧନଗ୍ଯାସର କଳାବଜାରୀ : ୧୬୧ଟି ଗ୍ଯାସ ସିଲିଣ୍ଡର ଜବତ କଲା ରାଉରକେଲା ଯୋଗାଣ ବିଭାଗ

ରନ୍ଧନଗ୍ଯାସର କଳାବଜାରୀ : ୧୬୧ଟି ଗ୍ଯାସ ସିଲିଣ୍ଡର ଜବତ କଲା ରାଉରକେଲା ଯୋଗାଣ ବିଭାଗ

ରାଉରକେଲା ୭/୪, ଇରାନ୍ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ଏବଂ ପରବର୍ତ୍ତୀ ସମୟରେ ଏହା ସମଗ୍ର ମଧ୍ଯପ୍ରାଚ୍ଯକୁ ବ୍ଯାପିବା ଫଳରେ ଷ୍ଟ୍ରେଟ୍ଅପ ଫରମୁସ୍ ଇରାନର ନିୟନ୍ତ୍ରଣରେ ଥିବାରୁ ଏଲପିଜି ଗ୍ଯାସ୍ ସଙ୍କଟ ଓ ତୈଳ ସଙ୍କଟ ଦେଖାଦେଇଛି। କିନ୍ତୁ ଇରାନ୍ ଭାରତର ତୈଳବାହୀ ଜାହାଜ ଏବଂ ଏଲପିଜି ଗ୍ଯାସ ବୋଝେଇ ଜାହାଜକୁ ଛାଡି ଦେଉଥିବା ବେଳେ, ଭାରତ ସରକାର ସମସ୍ତ ଭାରତୀୟଙ୍କୁ ଏଲପିଜି ସଙ୍କଟ ନହେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ କେତେକ ଡିଷ୍ଟ୍ରିବ୍ୟୁଟର ଏବଂ ଡିଲର, ଲାଭଖୋର ମନୋବୃତ୍ତିି ରଖି ଏଲପିଜି ଗ୍ଯାସ ମହଜୁଦ ରଖୁଛନ୍ତି। 

      ଆଜି ରାଉରକେଲା ସ୍ସେକ୍ଟର-୭ ଥାନା ଅଧିନସ୍ଥ ସେକ୍ଟର-୯ ଅଞ୍ଚଳର ଇ-ବ୍ଲକ୍‌ରେ ଥିବା ଏକ ଗ୍ୟାରେଜରୁ ରାଉରକେଲା ଯୋଗାଣ ବିଭାଗ ଏବଂ ପୋଲିସର ମିଳିତ ଚଢାଉରେ ୧୬୧ଟି ଗ୍ଯାସ ସିଲିଣ୍ଡର ଜବତ କରାଯାଇଛି। ସେଥିମଧ୍ୟରେ ୧୦୩ଟି କମର୍ସିଆଲ ଏବଂ ୫୮ଟି ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ଏହି ଘଟଣାରେ ରାଉରକେଲା ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପୋଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଉଛି। ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଏହି ଗ୍ୟାରେଜରେ ବେଆଇନ କଳାବଜାରୀ ପାଇଁ କିଏ ଗ୍ୟାସ୍ ସିଲିଣ୍ଡର ରଖିଥିଲେ ଏବଂ କାହା ନେତୃତ୍ୱରେ ଏହି ବେଆଇନ ବ୍ୟବସାୟ ଚାଲିଥିଲା ତାହାର ତଦନ୍ତ କରାଯାଉଛି। ଏହି ଗ୍ୟାରେଜକୁ କିଏ ଭଡାରେ ନେଇଥିଲା ତାହାର ତଦନ୍ତ କରାଯାଉଛି। ଗୋଟିଏ ପଟେ ସହରରେ ଗ୍ୟାସ୍ ସିଲିଣ୍ଡରର ଏକ ବଡ଼ ଅଭାବ ରହିଛି, ଅନ୍ୟପଟେ ବେଆଇନ ବ୍ୟବସାୟୀମାନେ କଳାବଜାରୀ ପାଇଁ ଗ୍ୟାରେଜରେ ଗ୍ୟାସ୍ ସିଲିଣ୍ଡର ଲୁଚାଇ କଳାବଜାରୀ କରିବା ପାଇଁ ଏହି ବଡ଼ ଚଢାଉ କରାଯାଉଛି। ଏହି ଚଢାଉ ଗ୍ୟାସ୍ ସିଲିଣ୍ଡରର କଳାବଜାରୀକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ପୋଲିସ୍ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ଯୋଗାଣ ବିଭାଗର ଅଧିକାରୀମାନେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ କରୁଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡ଼ମିଶନ ଆରମ୍ଭ 

masiha

ଇ – ୱେଷ୍ଟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ରାଉରକେଲା ରେ ଶୁଭାରମ୍ଭ ହେଲା ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ସଂଗ୍ରହ ବ୍ୟବସ୍ଥା 

masiha

ଧର୍ମଗଡ଼ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ତରଫରୁ ମହାତ୍ମା ଜ୍ୟୋତି ରାଓ ଫୁଲେ ଙ୍କ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!