ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ମଧୁବାବୁ ଓ ଆମ୍ବେଦକର ମଣ୍ଡଳ ତରଫରୁ ପାଳିତ 

ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ମଧୁବାବୁ ଓ ଆମ୍ବେଦକର ମଣ୍ଡଳ ତରଫରୁ ପାଳିତ 

ରାଉଲକେଲା : ରଘୁନାଥପଲ୍ଲୀ କ୍ଷେତ୍ରର ମଧୁବାବୁ ମଣ୍ଡଳ ଆନୁକୁଲ୍ୟରେ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ମଣ୍ଡଳ ସଭାପତି ପ୍ରତିମା ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସେକ୍ଟର -୬ ସ୍ଥିତ ଟେଲିଫୋନ ଭବନ ନିକଟସ୍ଥ ଛକ ଠାରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ବିଜେପିର ପୂର୍ବଜଙ୍କ ବଳିଦାନ ଓ ତ୍ୟାଗକୁ ସ୍ମରଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ । ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ପ୍ରେମ ଓ ଦେଶ ଭକ୍ତି ଆମର ମୁଖ୍ୟ ଆଦର୍ଶ ହେବା ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ରନାଥ ବାରିକ, ଅଜୟ କୁମାର ରାଉତ୍, ଅଜୟ କୁମାର ପାତ୍ର, ରବୀନ୍ଦ୍ର ରାଉତ୍, ନମିତା ସେନାପତି, ଗୀତାଞ୍ଜଳି ଜେନା, ମନୋଜ କୁମାର ପଟ୍ଟନାୟକ, ହିମାଦ୍ରୀ ବେହେରା , ସରସ୍ଵତୀ ମହାନ୍ତଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ ।ସେହିପରି ଆମ୍ବେଦକର ମଣ୍ଡଳ ତରଫରୁ ସେକ୍ଟର -୧୭ ସ୍ଥିତ କମ୍ୟୁନିଟ ସେଣ୍ଟର ପରିସରରେ ମଣ୍ଡଳ ସଭାପତି ମନୋଜ କୁମାର ସ୍ବାଇଁଙ୍କ ଅଧକ୍ଷରେ ଅନୁଷ୍ଟିତ ହୋଇ ଥିଲା । ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ସେ ପ୍ରତିଷ୍ଠା ଦିବସ ଉପରେ ଆଲୋକପାତ କରିବା ସହିତ ବିଜେପିର ପୂର୍ବଜଙ୍କ ବଳୀଦାନର ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଆଲୋକ ନାୟକ, ରାମ ବର୍ମା, ପ୍ରଭାକର ସାହୁ,ବଳରାମ ସମାସି, ଗୌତମ ବାଡା, ବାବୁଲି ବାରିକ, ମୁରଲୀ ବାରିକ, , ମନୋଜ ସାହୁ, ଦୀପକ ସାହୁ, କାରଣ ସାହୁ, କେ ପି ରାଜେଶ, ଯୋନୀ ରୋବର୍ଟ, ଟୁନ ଟୁନ ସାହୁ, ଅକ୍ଷୟ ମହାନ୍ତି, କବିତା ବିନ୍ଧାଣୀ, ଅମିତ, ଦୁର୍ଗା ଚରଣ ପଟେଲଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡକ୍ଟର୍ସ ଡେ ରେ ଡକ୍ଟରଙ୍କୁ ସମ୍ବର୍ଦ୍ଧିତ କଲେ ଖଇରା ବାସୀ

କୋକସରା ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଯୋଗଦେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

Sunil Chandra Nayak

ମହିଳା ଙ୍କ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!