ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା ରେ ଅପରାଧୀ କୁ ଗିରଫ ଦାବୀ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା ରେ ଅପରାଧୀ କୁ ଗିରଫ ଦାବୀ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

 ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତରେ ଯେଉଁ ଘଟଣା ଘଟିଛି, ତାହା ପ୍ରଶାସନିକ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏକ ଅର୍ଦ୍ଧନିର୍ମିତ ‘ଆଦିବାସୀ ଭବନ’କୁ ରାତି ଅଧରେ ଜେସିବି ଲଗାଇ ଜଣେ ଠିକାଦାର ଭାଙ୍ଗି ଦେଇଥିବା ଅଭିଯୋଗ ହେଉଛି। ଏହା କେବଳ ଏକ ଅପରାଧ ନୁହେଁ, ବରଂ ଏହା ଆଦିବାସୀ ସମ୍ପ୍ରଦାୟର ଭାବନା ଓ ସରକାରୀ ବ୍ୟବସ୍ଥା ପ୍ରତି ଏକ ଚାପୁଡ଼ା ।

ସରକାର ଙ୍କ ପାଣ୍ଠି ଅପଚୟ ଓ ଉତ୍ତରଦାୟିତ୍ୱ ନେବ କିଏ? ସରକାରୀ ଅନୁଦାନରେ ଗଢ଼ି ଉଠୁଥିବା ପ୍ରକଳ୍ପ କୌଣସି ବ୍ୟକ୍ତିବିଶେଷଙ୍କର ନିଜସ୍ୱ ସମ୍ପତ୍ତି ନୁହେଁ । ଯଦି କୌଣସି କାରଣରୁ ଠିକାଦାରଙ୍କ ପ୍ରାପ୍ୟ ବାକି ରହିଥାଏ କିମ୍ବା ନିର୍ମାଣ ଶୈଳୀରେ ତ୍ରୁଟି ଥାଏ, ତେବେ ତାହା ଆଇନଗତ ଭାବେ ସମାଧାନ କରାଯିବା ଉଚିତ । କିନ୍ତୁ ରାତିର ଅନ୍ଧକାରରେ ଏଭଳି ଭାବେ ସରକାରୀ ଗୃହକୁ ଭାଙ୍ଗି ମାଟିରେ ମିଶାଇ ଦେବା ଏକ ସ୍ପଷ୍ଟ ଗୁଣ୍ଡାଗର୍ଦ୍ଦି । ଏଥିରେ ନଷ୍ଟ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ପାଇଁ କିଏ ଦାୟୀ ରହିବ?

ବର୍ତମାନ ପ୍ରଶ୍ନ ଉଠୁଛି, ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ କି ନାହିଁ? ନଷ୍ଟ ହୋଇଥିବା ସରକାରୀ ଅର୍ଥର ଭରଣା ଉକ୍ତ ବ୍ୟକ୍ତିଙ୍କଠାରୁ କରାଯିବ କି ନାହିଁ? ଏଥିସହ ପ୍ରଶାସନିକ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ଓ ଏଭଳି ଘଟଣା ଯଦି ଆଜି ଦଣ୍ଡିତ ନହୁଏ, ତେବେ ଆଗାମୀ ଦିନରେ ଅନ୍ୟ ସରକାରୀ ପ୍ରକଳ୍ପ ଗୁଡ଼ିକ ମଧ୍ୟ ସୁରକ୍ଷିତ ରହିବ ନାହିଁ । ବାଘମୁଣ୍ଡର ଆଦିବାସୀ ତଥା ଜନସାଧାରଣ ଆଜି ନ୍ୟାୟ ଅପେକ୍ଷାରେ ଅଛନ୍ତି । ପୋଲିସ ପ୍ରଶାସନ ତୁରନ୍ତ ଦୋଷୀ ବ୍ୟକ୍ତି କୁ ଗିରଫ କରୁ ବୋଲି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ସଭାପତି ଦାବୀ କରିଛନ୍ତି l

Related posts

ମେଦିନୀପୁର ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ପାଳିତ

Sunil Chandra Nayak

ଡ଼ାବୁଗାଁ ଥାନା ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଲାଲବାହାଦୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!