ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ଅବସରରେ ଜିଲ୍ଲାସ୍ତରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ପକ୍ଷ ଅବସରରେ ଜିଲ୍ଲାସ୍ତରୀୟ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗଞ୍ଜାମ ଲୋକକଳା, ଲୋକ ସଂଗୀତ ବଞ୍ଚାଇବାକୁ ହେଲେ ଉତ୍ତରପିଢ଼ି ସୃଷ୍ଟି କରିବାକୁ ପଡିବ 

ଛତ୍ରପୁର,ତା ୧୦/୦୪ ଓଡ଼ିଆ ପକ୍ଷ ଅବସରରେ ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଲୋକକଳା ପାଇଁ ଦିନଟିଏ ଓ ପାରମ୍ପରିକ କଳାକାରମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲପାଳ ଭି କୀର୍ତ୍ତି ଭାସନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗଞ୍ଜାମର ସମୃଦ୍ଧ ଓ ପୁରାତନ ଲୋକ କଳା ଓ ଲୋକ ସଙ୍ଗୀତର ପ୍ରସାର ପ୍ରଚାର କରିବା ପୂର୍ବକ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁର ଠାରେ ପହଞ୍ଚିଥିଲା । 

ଏହାପରେ ସଂସ୍କୃତି ଭବନରେ ଲୋକକଳା ଉପରେ ଆଲୋଚନା ଚକ୍ର ଓ ଜିଲ୍ଲାର ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗଂଜାମର ଲୋକକଳା, ଲୋକ ସଂଗୀତ, ଲୋକସଂସ୍କୃତି ସର୍ବଜନବିଦିତ । ଏହା ଦ୍ୱାରା ଗଞ୍ଜାମ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି । ଏସବୁକୁ ବଞ୍ଚାଇବାକୁ ହେଲେ ଆମକୁ ଉତ୍ତରପିଢ଼ି ସୃଷ୍ଟିକରିବାକୁ ପଡିବ ବୋଲି ସେ କହିଥିଲେ । ସମ୍ବର୍ଦ୍ଧିତ କଳାକାର ମାନେ ହେଲେ ରାମଲୀଳା ଶ୍ୟାମସୁନ୍ଦର ପାଣିଗ୍ରାହୀ, ପାଲାଗାୟକ ବାଳକୃଷ୍ଣ ନାୟକ, ଗାହଣା ସୁବାସ ଚନ୍ଦ୍ର ଚୌଧୁରୀ, କୃଷ୍ଣଲୀଳା ଜି ହରିବନ୍ଧୁ, ପଶୁମୁଖା ବାଞ୍ଛାନିଧି ଜେନା, ସୂତାକଣ୍ଢେଇ ବୀଭତ୍ସ ସ୍ୱାଇଁ, ଦାସକାଠିଆ ରବିନାରାୟଣ ଶତପଥୀ, ପ୍ରହ୍ଲାଦ ନାଟକ ବୃନ୍ଦାବନ ଜେନା ଓ ଜନାର୍ଦ୍ଧନ ପ୍ରଧାନ, ଦାଶକାଟିଆ ବାଳକୃଷ୍ଣ ମିଶ୍ର, ଭାରତ ଲୀଳା ସୁରେନ୍ଦ୍ର ସାହୁ । ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥସାରଥୀ ହାଁସଦା, ବିଡ଼ିଓ ବେଗୁନିଆପଡା ସୁନୀଲ ସାମନ୍ତରାୟ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପାଢ଼ୀ, ବରିଷ୍ଠ ଲୋକ କଳାକାର, ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ବେଗୁନିଆପଡା କଳା ସଂସ୍କୃତି ସଂଘର ଉପସଭାପତି ମହେଶ୍ୱର ବରାଡ଼ ସଂଯୋଜନା କରିଥିଲେ ।

Related posts

ଗୋରୁପଲଙ୍କ ପାଇଁ ବଢ଼ୁଛି ଦୁର୍ଘଟଣା

Sunil Chandra Nayak

ବାଲିଆଢିପା ଗାଁ ରେ ଦୁଇଟି ପରିବାରର ବାସଗୃହ ନିଆଁରେ ପୋଡ଼ି ଭଷ୍ମିଭୂତ; କାରଣ ଅସ୍ପଷ୍ଟ ; ବାସହରା ହେଲେ ଦୁଇ ପରିବାର

ବଳରାମପୁରୁ ଘରପୋଡି ବିପନ୍ନଙ୍କୁ ସାଂସଦ ଵୈଜୟନ୍ତଙ୍କ ସହାୟତା

masiha

Leave a Comment

error: Content is protected !!