ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷରେ ରକ୍ତଦାନ ଶିବିର

ଓଡ଼ିଆ ପକ୍ଷରେ ରକ୍ତଦାନ ଶିବିର

ବେଲଗୁଣ୍ଠା, ୧୧/୦୪ କ୍ଷତ୍ରୀୟବ୍ରହ୍ମପୁର, ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ ଗିରୀଧର ନାୟକଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ପକ୍ଷ 2026 ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ରେ ମୂଖ୍ୟ ଅତିଥି ଭାବରେ କମଳା କୁମାରୀ ପ୍ରଧାନ ଯୋଗଦେଇ ରକ୍ତଦାତା ଏବଂ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗାଂଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଯୋଗଦେଇ ରକ୍ତଦାନ ର ମହତ୍ଵ ଉପରେ ମତବ୍ୟକ୍ତ କରିଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ଡ ସଂଜୀବ କୁମାର ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ରକ୍ତଦାନ ଶିବିର ପରିଚାଳନା ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ସୀମାଂଚଳ ମହାନ୍ତି ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ବେପରୁଆ କାର୍ଯ୍ୟ :ନାଳକୂପକୁ ମେଟାଲ ଚିପସ ରେ ପୋତି ଦେଇଛନ୍ତି : କାଉଡ଼ିଆ ପାଣି ପାଇଁ ବେହାଲ 

Sunil Chandra Nayak

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

ବିଦ୍ୟୁତ୍ ଉପଭୋକ୍ତା ସୁରକ୍ଷା ମଞ୍ଚ ଗଠିତ

Sunil Chandra Nayak

Leave a Comment

error: Content is protected !!