ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ମହିଳା କୃଷି ତାଲିମ୍ ଶିବିର 

ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ମହିଳା କୃଷି ତାଲିମ୍ ଶିବିର 

ବେଲଗୁଣ୍ଠା,ତା ୧୧/୦୪ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ହାଟପଦା ସ୍ଥିତ ପାଠାଗାର ପରିସରରେ ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ଏକ ମହିଳା କୃଷି ତାଲିମ୍ ଶିବିର ଆୟୋଜିତ ହୋଇଯାଇଛି I ପାଣି ପଂଚାୟତ ସଭାପତି ଅର୍ଜ୍ଜୁନ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ କୃଷି ବୈଜ୍ଞାନିକ ଅନିତା ପାତ୍ର ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା କୃଷି ଅଧିକାରୀ ସୁଜାତା ପାତ୍ର, ଭଞ୍ଜନଗର କୃଷି ଅଧିକାରୀ ସଂଗ୍ରାମ ସେନାପତି, ସହକାରୀ କୃଷି ଅଧିକାରୀ ଶୈଳସୂତା ସାହୁ, ସଂଘମିତ୍ରା ଦାସ,ଓପିକ୍ରା ସଦସ୍ୟ ବିଶ୍ଵନାଥ ପ୍ରଧାନ, ଭୁବନେଶ୍ୱର ବାରିକ, କେଦାରନାଥ ପଟ୍ଟନାୟକ, ଗିରିଧର ଆଚାରୀ, ବସନ୍ତ ଗୌଡ଼ ,ଓଭରସିୟର୍ ବିଶ୍ଵନାଥ ପ୍ରଧାନ, କୃଷକ ସାଥୀ ପ୍ରସନ୍ନ କୁମାର ବିଷୋୟୀ, ଅଗ୍ରଣୀ ଚାଷୀ ପ୍ରକାଶ ବିଷୋୟୀ, ସୁଦର୍ଶନ ବିଷୋୟୀ, ହରିକୃଷ୍ଣ ନାଇକ, ସୀମାଞ୍ଚଳ ନାୟକ ପ୍ରମୁଖ ଯୋଗ ଦେଇଥିଲେ I ମୁଖ୍ୟବକ୍ତା ତଥା କୃଷି ବୈଜ୍ଞାନିକ ଅନିତା ପାତ୍ର କୃଷିଜାତ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ସମ୍ପର୍କରେ କହିବା ସହିତ ବାଡ଼ି ବଗିଚା,ମୋ ବଗିଚା,ମାଛ ଚାଷ ଭଳି ବିଭିନ୍ନ କୃଷି କାର୍ଯ୍ୟ ଦ୍ୱାରା ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ I ମହିଳା ମାନେ କୃଷି କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରୁ୍ଥିବା ବେଳେ ମହିଳା ମାନଙ୍କ ଦ୍ୱାରା କୃଷିର ଉନ୍ନତି ହୋଇପାରିଲେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମରେ ଷାଠିଏରୁ ଉର୍ଦ୍ଧ୍ଵ ମହିଳା ଅଂଶ ଗ୍ରହଣ କରିଥିବା ବେଳେ କୋଡିଏରୁ ଉର୍ଦ୍ଧ୍ଵ ପୁରୁଷ କୃଷକ ଉପସ୍ଥିତ ଥିଲେ I ଆଗାମୀ ପନ୍ଦର ଦିନ ମଧ୍ୟରେ ଧନ ବୁଣା କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଉନ୍ନତ ବିହନ ଚୟନ ଏବଂ ବୈଜ୍ଞାନିକ ଉପାୟରେ କୃଷି କ୍ଷେତ୍ର ପରିଚାଳନା,ସାର ପ୍ରୟୋଗ, ଜଳ ସେଚନ ଉପରେ ତାଲିମ୍ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ମହିଳା ସଦସ୍ୟ ଏବଂ ଗୋଷ୍ଠୀଙ୍କ ଉତ୍ସାହ ପୂର୍ଣ୍ଣ ଉପସ୍ଥିତିକୁ ଲକ୍ଷ୍ୟ କରି ଆଗାମୀ ଏକମାସ ମଧ୍ୟରେ ଅନ୍ୟ ଏକ ବୈଠକ ଆୟୋଜନ କରିବା ପାଇଁ ଉପଖଣ୍ଡ ସ୍ତରୀୟ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର ପ୍ରସ୍ତାବ ଦେଇଥିଲେ Iସ୍ଵପ୍ନେଶ୍ଵର ପାଣି ପଂଚାୟତ ସମ୍ପାଦକ ସନ୍ତୋଷ କୁମାର ବିଷୋୟୀ ଏବଂ କୋଷାଧ୍ୟକ୍ଷ ନିତ୍ୟାନନ୍ଦ ବିଷୋୟୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

ରାୟଗଡ଼ା ବ୍ଲକର ଷଷ୍ଠ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!