ବାରିକ ମାନଙ୍କ ଉପରେ ଅତ୍ୟାଚାର ଓ ଜୁଲମ୍ କୁ ବରଦାସ୍ତ କରାଯିବନି – ରାଜ୍ୟସଭାପତି ହେମନ୍ତ କୁମାର ବାରିକ
ଢେଙ୍କାନାଳ – ନିଖିଳ ଉତ୍କଳ ବାରିକ ସମିତି ଢେଙ୍କାନାଳ ଜିଲ୍ଲା ସ୍ତରୀୟ ତିନି ଦିନିଆ ବାର୍ଷିକ ସମ୍ମିଳନୀ ୨୦୨୬ ଶ୍ରୀଯୁକ୍ତ ଘନଶ୍ୟାମ ବାରିକ ଙ୍କ ଅଧ୍ୟକ୍ଷତା ରେ ଜିରାଳ ହାଟ ତୋଟା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସମ୍ମିଳନୀ କୁ ଅଭିରାମ ବାରିକ ପରିଚାଳନା କରିଥିଲେ।୩୦ ମାର୍ଚ୍ଚ ଠାରୁ ୦୧ ଏପ୍ରିଲ ତିନି ଦିନ ବ୍ୟାପି ଜିଲ୍ଲା ତଥା ପ୍ରତ୍ୟେକ ବ୍ଲକ କାର୍ଯ୍ଯ କର୍ତ୍ତା ଙ୍କ ସମେତ ଯିରାଳ ମଣ୍ଡଳ ର ପ୍ରତ୍ୟେକ ସ୍ଵଜାତିୟ ବହୁ ସଂଖ୍ୟାରେ ଯୋଗଦାନ କରି ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଯଥା ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସଂସ୍କାର ମୂଳକ ସେବା ଯୋଗାଇ ସ୍ୱଳ୍ପ ବର୍ତ୍ତନ, ସ୍ୱଳ୍ପ ପାରିଶ୍ରମିକ ରେ ସମସ୍ତ ସେବା ଯୋଗାଇ ଦେବାକୁ ସାଆନ୍ତ ମାନେ ବାଧ୍ୟ କରୁଥିବା ରୁ ସଭା ରେ ଉଦବେଗ ପ୍ରକାଶ ପାଇଥିଲା।
ସମ୍ମିଳନୀ ର ଉଦ୍ଜାପାନୀ ଦିବସ ରେ ମୁଖ୍ୟ ଅତିଥି ରୂପେ ନିଖିଳ ଉତ୍କଳ ବାରିକ ସମିତି ରାଜ୍ୟ ସଭାପତି ହେମନ୍ତ କୁମାର ବାରିକ ଯୋଗ ଦାନ କରିଥିବା ବେଳେ ଭୁବନେସ୍ୱର ଶାଖା ସଭାପତି ରୋହିତ କୁମାର ବାରିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଉକ୍ତ ଦିବସ ରେ ଆସିଥିବା ୨୦ ଟି ଅଭିଯୋଗ ଦରଖାସ୍ତ କୁ ବିଚାର କରି ସମସ୍ୟା ର ସମାଧାନ କରା ଯାଇଥିଲା।
ବର୍ତ୍ତନ ପ୍ରଥା ଉଠି ଯାଇଥିବାରୁ ନଗଦ କାମ କୁ ନଗଦ ଅର୍ଥ ନେଇ ସେବା ଯୋଗାଇ ଦେବାକୁ ରାଜ୍ୟ ସଭାପତି ସ୍ଵଜାତିୟ ମାନଙ୍କୁ ପରାମର୍ଷ ଦେଇଥିଲେ। ସାମନ୍ତ ମାନେ ସେବାକାରୀ ବାରିକ ମାନଙ୍କୁ ଅତ୍ୟାଚାର ଓ ଜୁଲମ୍ କରୁଥିବାରୁ ରାଜ୍ୟ ସଭାପତି ଗଭୀର କ୍ଷୋଭ ପ୍ରକାଶ କରି ଏହା ବରଦସ୍ତ କରା ଯିବନି ବୋଲି ଚେତାବନୀ ଦେଇଥିଲେ।
ସମସ୍ତ ବାରିକ ଭାଇ ଭଉଣୀ ମାନେ ସଂଗଠିତ ହୋଇ ରହିବାକୁ ସମ୍ମାନିତ ଅତିଥି ରୋହିତ କୁମାର ବାରିକ ଆହ୍ୱାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ସୋମନାଥ ବାରିକ ଙ୍କ ପ୍ରସ୍ତାବ କ୍ରମେ ଶ୍ରୀ ଅଭିରାମ ବାରିକ ଙ୍କୁ ଜିଲ୍ଲା ସଭାପତି ଓ ଶ୍ରୀ ଅମରେନ୍ଦ୍ର ବାରିକ ଙ୍କୁ ଜିଲ୍ଲା ଉପସଭାପତି ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।
ଶ୍ରୀ ଚିନ୍ତାମଣି ବାରିକ,ଦିଲୀପ ବାରିକ,ଅମୂଲ୍ୟ ବାରିକ, ରମେଶ ବାରିକ,ମାନସ ବାରିକ,କୃଷ୍ଣ ବାରିକ,ବାବୁଲି ବାରିକ,ଛାୟା କାନ୍ତ ବାରିକ,ନୀଳମଣି ବାରିକ,ରବିନାରାୟଣ ବାରିକ,ହିମାଂଶୁ ବାରିକ,ପଙ୍କଜ ବାରିକ,ନିର୍ମଳ ବାରିକ,ବସନ୍ତ ବାରିକ,ଟଙ୍କଧର ବାରିକ,ହେମନ୍ତ ବାରିକ, ମଦନ ବାରିକ,ଅଶୋକ ବାରିକ,ଗଦାଧର ବାରିକ,ଶରତ ବାରିକ,ତ୍ରିନାଥ ବାରିକ,ସତ୍ୟାନନ୍ଦ ବାରିକ,ହୃଦାନନ୍ଦ ବାରିକ, ଯଶୋବନ୍ତ ବାରିକ,ପ୍ରଦୀପ୍ତ ବାରିକ, ପୀତବାସ ବାରିକ,ତ୍ରିଲୋଚନ ବାରିକ,ପ୍ରଫୁଲ୍ଲ ବାରିକ,ଭୋଳେଶ୍ବର ବାରିକ,ସନ୍ତୋଷ ଓ ବିଜୟ ବାରିକ ସଭା କୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଉପସଭାପତି ଅମରେନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

