ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ତୋ ବିନା ଓ ଅଭୁଲା ସ୍ମୃତି କାର୍ଯ୍ୟକ୍ରମ ଆସନ୍ତା ୧୬ ରେ…….

ମା ତୋ ବିନା ଓ ଅଭୁଲା ସ୍ମୃତି କାର୍ଯ୍ୟକ୍ରମ ଆସନ୍ତା ୧୬ ରେ…….

 ରାଉରକେଲା: ସାଇ ସରଗମ ମ୍ୟୁଜିକାଲ ଏଣ୍ଡ ସୋସିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ମା ତୋ ବିନା ଓ ଅଭୁଲା ସ୍ମୃତି ଆସନ୍ତା ୧୬ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏନେଇ ଅନୁଷ୍ଠାନର ମୁଖ୍ୟ ଝୁନୁ ନାୟକ ଓ ଅନ୍ୟମାନେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏହି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ବ୍ରଜବଲ୍ଲଭ ନାୟକ ଓ ଲୋଭା ବିଶ୍ବାଳ, ବ୍ରହ୍ମପୁର ରୁ ସନ୍ତୋଷ ଡୋରା ଓ ବଲାଙ୍ଗୀର ରୁ ସହଦେବ ପୁଟେଲ ତଥା ରାଉରକେଲାରୁ ଝୁନୁ ନାୟକ, ସ୍ୱର୍ଣ୍ଣରେଖା ମହନ୍ତ,ପିଙ୍କି ପ୍ରିୟଦର୍ଶିନୀ, ଭାସ୍କର ପୁହାଣ ପ୍ରମୁଖ ସଂଗୀତ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମ ସ୍ବର୍ଗତ ଅକ୍ଷୟ ମହାନ୍ତି ଓ ସ୍ବର୍ଗତ ହ୍ୟୁମାନ ସାଗର ଙ୍କ ଉଦ୍ଦେଶ୍ୟରେ କରାଯିବ। ସେହିପରି ବାଦ୍ୟଯନ୍ତ୍ରରେ ବ୍ଲାକ ଡାଇମଣ୍ଡ ବ୍ୟାଣ୍ଡ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମୁଖ୍ୟଅତିଥି ଭାବେ ଶିଳ୍ପପତି ଇଂ ଦିପ୍ତୀରଞ୍ଜନ ପଟ୍ଟନାୟକ, ସ୍ବତନ୍ତ୍ର ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସମ୍ମାନିତ ଅତିଥି ଭାବେ ହ୍ୟୁମାନ ସାଗର ଙ୍କ ମା ସେଫାଲୀ ସୁନା ତଥା ବିଶିଷ୍ଟ ଅତିଥି ଭାବେ ଡ କଲ୍ୟାଣୀ ମିଶ୍ର,ଡା ଭାଗିରଥ ଯୋଶୀ,ଡା ଅରୁଣ କୁମାର ନାୟକ, ଏନ୍ଆଇଟି ର ପ୍ରଫେସର ଡ ସବିତା ପଟେଲ, ଜୟଶ୍ରୀ ପାଣିଗ୍ରାହୀ, ଜେଏମଡି ର ପ୍ରତିଷ୍ଠାତା ବାସୁଦେବ ସ୍ବାଇଁ, ଇଂ ମହେନ୍ଦ୍ର କୁମାର ଦାସ,ଗୁରିନ୍ଦର ସିଂ କାମ୍ବୋଜ ପ୍ରମୁଖ ଯୋଗଦେବେ। ସେହିପରି ଏହି କାର୍ଯ୍ୟକ୍ରମରେ ପରିଚାଳନା ପାଇଁ ଶୁଭଶ୍ରୀ ଦାସ ଓ ଯଶୋବନ୍ତ ମହାନ୍ତି ଦାୟିତ୍ଵ ତୁଲାଇବେ ବୋଲି ଜଣାପଡ଼ିଛି । ଉପଦେଷ୍ଟା ଭାବେ ଦିଲ୍ଲିପ କୁମାର ମହାନ୍ତି, ମୁକ୍ତିକାନ୍ତ ବେହେରା, ଦିଲ୍ଲିପ ଜେନା ପ୍ରମୁଖ ଥିବା ବେଳେ ଏହି ସାମ୍ବାଦିକ ସମ୍ମିଳନୀରେ ବନ୍ଦିତା ବାଗ୍, ଅଞ୍ଜଳି ବିଶ୍ବାଳ,ପ୍ରାଞ୍ଜଳୀ ନାଗ,ବାପିନା ନାୟକ, ବିଜୟ ବାଗ୍, ଜୟଶ୍ରୀ ପାଣିଗ୍ରାହୀ,ରୀତା ସାମଲ, ସଂଗ୍ରାମ ପତି, ଲୀନା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୌଦ୍ଧଜିଲାରେ ସଫଳତାର ସହ ଶେଷ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

କୋକସରା ବ୍ଲକ ଆତ୍ମା ପକ୍ଷରୁ କୃଷକ ଗୋଷ୍ଠିଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକକୁ ମ୍ୟାଲେରିଆ ମୁକ୍ତ କରିବାକୁ ଆହ୍ୱାନ ଦେଲେ ବିଧାୟକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

Leave a Comment

error: Content is protected !!