ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା 

ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା 

ଆସିକା, ୧୪/୭/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର କ୍ଲଷ୍ଟର ର ସରପଡ଼ା ପ୍ରାଥମିକ ବିଦ୍ୟାଳୟରୁ ସଂପ୍ରତି ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପାଢ଼ୀ ଙ୍କୁ ବାହାରପୁର ସି. ଆର୍.ସି.ସି କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କ ଗୁଣାତ୍ମକ ଶିକ୍ଷାଦାନ,ମେଳାପି, ସରାଳତା, ସହଭାଗିତା, ସମୟାନୁବର୍ତ୍ତିତା,ନିର୍ଭୀକତା, ଛାତ୍ର ବତ୍ସଳ ଆଦି ସୁଗୁଣ ଗାନ କରିବା ସହିତ ବିଦାୟୀ ଶିକ୍ଷକ ଶ୍ରୀ ପାଢ଼ୀ ଙ୍କୁ ପ୍ରଶଂସା ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଶ୍ରୀ ପାଢ଼ୀ ତାଙ୍କ ଉଦବୋଧନରେ ସମସ୍ତଙ୍କୁ ଅନେକ ଶୁଭାଶୀର୍ବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦାୟୀ ଶିକ୍ଷକଙ୍କ ସମେତ ବାହାରପୁର ସି.ଆର୍.ସି.ସି ଶ୍ରୀ ଅଜିତ କୁମାର ସାହୁ ଓ ଓଳମ୍ବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଦୀପ କୁମାର ବେହେରା ମଞ୍ଚାସୀନ ହୋଇଥିବା ବେଳେ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Related posts

ମନ୍ଦିରସାହିରେ ବସ୍ତିବାସିନ୍ଦା ପିଲାଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂତନ ବର୍ଷକୁ ସ୍ବାଗତ

Sunil Chandra Nayak

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 

masiha

ଧାଙ୍ଗିଡିମୁତା ପଞ୍ଚାୟତରେ ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଯକେନ୍ଦ୍ର ତରଫରୁ ମେଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଲାର୍ଭା , ମଶା ତେଲ ସିଞ୍ଚନ ଓ ସଫେଇ

masiha

Leave a Comment

error: Content is protected !!