ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସହରରେ ଦଣ୍ଡକାଳୀଙ୍କ ଯାତ୍ରା ଉତ୍ସବ ମୁଖର

ଢେଙ୍କାନାଳ ସହରରେ ଦଣ୍ଡକାଳୀଙ୍କ ଯାତ୍ରା ଉତ୍ସବ ମୁଖର 

ଢେଙ୍କାନାଳ- ଢେଙ୍କାନାଳ ସହରରେ  ଆଜକୁ କିଛିଦିନ ହେଲା ଚାରିଆଡେ ଦଣ୍ଡଯାତ୍ରାରେ ଉତ୍ସବ ମୁଖର ହୋଇ ପଡିଥିବା ବେଳେ ଚତୁର୍ଦ୍ଦିଗ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ଯ ପକ୍ଷରେ ପ୍ରତ୍ଯେକ ଦିନ ସହରରେ ଦଣ୍ଡ ଯାତ୍ରା ଦେଖିବାକୁ ମିଳୁଛି l ସେହିପରି ପ୍ରତେକ ବର୍ଷ ଢେଙ୍କାନାଳ ସହର ର ପ୍ରମୁଖ ପୂଜା ପ୍ରତିଷ୍ଠାନ ଗଣେଶ ବଜାର ପୂଜା କମିଟି ମା କମେନା କାଳୀଙ୍କ ଦଣ୍ଡ ଯାତ୍ରା ଉତ୍ସବ ହୋଇଥିଲା l ଏହି ତେରଭକତ ଦଣ୍ଡୁଆ ତ୍ରିଶକ୍ତି ଦଣ୍ଡ ନୃତ୍ୟ ଡାହିମାଳ ଦଣ୍ଡୁଆ ଏହି ଦଣ୍ଡ କାଯ୍ୟକ୍ରମ ପରିବେଷଣ କରିଥିଲେ l 

 ଏ ଅବସରରେ  ଦଣ୍ଡୁଆ ମାନେ ମା ସୌଭାଗ୍ୟ ଲଷ୍ମୀଙ୍କ ମଣ୍ଡପ ସମ୍ମୁଖରେ ସକାଳ ସମୟରେ ବରଣ ହୋଇ ପରେ ମଧ୍ଯାହ୍ନ ସମୟରେ ଧୂଳିଦଣ୍ଡ ସଂପାଦନ କରିଥିଲେ। ତାପରେ. ମା ରୁଦ୍ର କାଳୀଙ୍କୁ ଧରି ପୋଖରୀ ତୁଠକୁ ଯାଇ ପାଣି ଦଣ୍ଡ ଓ ଅଗ୍ନିଦଣ୍ଡ କାର୍ଯ୍ୟ ସଂପାଦନ କରିଥିଲେ। ଅଗ୍ନିଦଣ୍ଡ କୁ ଖେଳାଇ ଦଣ୍ଡୁଆ ମାନେ ପୁଜା ଗ୍ରହଣ କରି ଆଶୀର୍ବାଦ ପ୍ରଦାନ କରିଥିଲେ।ରାତ୍ର ସମୟରେ ପୁଣି ପୂଜା ମଣ୍ଡପ ସମ୍ମୁଖରେ ପାରମ୍ପରିକ ମା କାଳୀଙ୍କ ପରଭା ନୃତ୍ଯ ପରିବେଷଣ ହେଲା ପରେ ବିଭିନ୍ନ ପୌରାଣିକ ଓ ସାମାଜିକ ନାଟକ ପରିବେଷଣ କରିଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଯଶିପୁର ଓ ରରୁଆଁ ବ୍ଲକର 192ଟି ଗ୍ରାମ ନିମନ୍ତେ ବୃହତ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ 

ଢେଙ୍କାନାଳରେ ଘନ ଘନ ବିଦ୍ୟୁତ କାଟ ହେଉଥିବାବେଳେ TPCODLକୌଣସି ଅଫିସର ଏ ବାବଦରେ ନା ଶୁଣୁଛନ୍ତି ନା ଫୋନ ଉଠାଉଛନ୍ତି

Sunil Chandra Nayak

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଙ୍କୁ ମାନୁନି ମନରେଗା ଯୋଜନା, ୪ ବ୍ଲକ ରେ ଚାଲିଛି ବେଧଢ଼କ ମେସିନ ରେ କାମ

Sunil Chandra Nayak

Leave a Comment

error: Content is protected !!